ଭୁବନେଶ୍ବର: ଭୀଷଣ ବାତ୍ୟାଅର୍ଣ୍ଣବ ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା କାକିନଡ଼ା ନିକଟରେ ଜାରି।। ପ୍ରଭାବରେ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବର୍ଷା।
ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁଲା ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’! ଓଡ଼ିଶା ମୁହାଁ ଝଡ଼, ୩୧୩ ରେସ୍ପନ୍ସ ଟିମ୍ ମୁତୟନ, ବିଭିନ୍ନ ସ୍ଥାନରେ ବର୍ଷା।
ଭୁବନେଶ୍ବର : ୨୮/୧୦
(ସତ୍ୟାନ୍ୟୁଜ) ଆନ୍ଧ୍ରପ୍ରଦେଶ ଉପକୂଳରେ ଭୀଷଣ ବାତ୍ୟା ‘ଅର୍ଣ୍ଣବ’ ସ୍ଥଳ ଭାଗ ଛୁଇଁବା ପରେ ବିଭିନ୍ନ ସ୍ଥାନରେ ତାଣ୍ଡବ ରଚୁଛି। ବାତ୍ୟା ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି। କାକିନଡ଼ା ନିକଟ ୟାନମ୍ ନିକଟରେ କରିଛି
ଲ୍ୟାଣ୍ଡଫଲ୍।
ଝଡ଼ର ପ୍ରଭାବ ଓଡ଼ିଶା ଉପରେ ମଧ୍ୟ ପଡ଼ିବା ଆଶଙ୍କା ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇ ଯାଇଛି ବର୍ଷା। ପାଣିପାଗରେ ପରିବର୍ତ୍ତନ ଦେଖାଦେଇଥିବା ବେଳେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସତର୍କ ହୋଇଛି ପ୍ରଶାସନ। ପୁରୀ , ଭୁବନେଶ୍ୱର , ଖୋର୍ଦ୍ଧା , ଗୋପାଳପୁର ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି।
ବିପର୍ଯ୍ୟୟ ପରିଚାଳନା ପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ୩୧୩ଟି ରେସ୍ପନ୍ସ ଟିମ୍ ମୁତୟନ କରାଯାଇଛି। ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ଏବଂ ଆବଶ୍ୟକସ୍ଥଳେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏହି ଟିମ୍ଗୁଡ଼ିକ ପ୍ରସ୍ତୁତ ରହିଛନ୍ତି।
ଝଡ଼ର ଗତିପଥ ଓ ପ୍ରଭାବ ଉପରେ ନଜର ରଖିଛି ପ୍ରଶାସନ। ସମ୍ଭାବ୍ୟ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ନବରଙ୍ଗପୁର , ରାୟଗଡ଼ା , କୋରାପୁଟ , ମାଲକାନଗିରି ଆଦି ଅଞ୍ଚଳରେ ପବନ ସହ ବର୍ଷା ଲାଗି ରହିବ। ଗୋପାଳପୁର ରେ ସର୍ବାଧିକ ବର୍ଷା ହୋଇଥିବା ସୂଚନା ମିଳିଛି । ରାଉରକେଲା ସମେତ ପଶ୍ଚିମ ଓଡ଼ିଶାରେ ବାତ୍ୟା ଅର୍ଣ୍ଣବ ର ପ୍ରଭାବରେ କାଉଁଳିଆ ପାଗ ରହିଛି। ଇଷ୍ଟ କଷ୍ଟ ରେଲୱେ ବହୁ ଟ୍ରେନ୍ ବାତିଲ୍ କରିଥିବା ବେଳେ ଦକ୍ଷିଣ ପୁର୍ବ ରେଳପଥ ସମଲେଶ୍ୱରୀ ଏକ୍ସପ୍ରେସ ସହ ୪ ଟି ଟ୍ରେନ୍ ବାତିଲ କରିଛି।
ତେବେ ଆଗାମୀ ସମୟରେ ରାଜ୍ୟର କେଉଁ କେଉଁ ଅଞ୍ଚଳରେ ଝଡ଼ର ଅଧିକ ପ୍ରଭାବ ପଡ଼ିବ, ତାହା ଉପରେ ରହିଛି ସମସ୍ତଙ୍କ ନଜର।
ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। ପାଣିପାଗ ବିଭାଗ ଓ ପ୍ରଶାସନର ଅଧିକୃତ ସୂଚନା ଉପରେ ଭରସା କରନ୍ତୁ।