ରାଉରକେଲା: ବାତ୍ୟା ଅର୍ଣ୍ଣବ ର ପ୍ରଭାବରେ ରାଉରକେଲାରେ ଝିପିଝିପି ବର୍ଷା।। ଆସନ୍ତାକାଲି ବର୍ଷା ପରିମାଣ ବଢ଼ିବା ସମ୍ଭାବନା।। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିଲା।

0 89

ରାଉରକେଲା: ୨୮/୧୦
(ସତ୍ୟାନ୍ୟୁଜ) ବାତ୍ୟା ଅର୍ଣ୍ଣବ ଲ୍ୟାଣ୍ଡଫଲ୍ କାକିନଡ଼ା ନିକଟରେ କରିବା ପରେ ଏହାର ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳୁଛି। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ବିଶେଷ କରି ଗଜପତି , ମାଲକାନଗିରି , କୋରାପୁଟ , ରାୟଗଡ଼ା , ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି। ଭୁବନେଶ୍ବର , ପୁରୀ , କଟକ ରେ ମଧ୍ୟ ବର୍ଷା ହେଉଛି।
ଅର୍ଣ୍ଣବ ର ପ୍ରଭାବ ରାଉରକେଲା ସମେତ ପଶ୍ଚିମ ଓଡ଼ିଶାରେ ଅଳ୍ପେ ବହୁତ୍ ଦେଖିବାକୁ ମିଳୁଛି। ରାଉରକେଲାରେ ଆଜି ସକାଳୁ କାଉଁଳିଆ ପାଗ ସହ ଝିପି ଝିପି ବର୍ଷା ଲାଗି ରହିଛି। ଆସନ୍ତାକାଲି ବର୍ଷାର ପରିମାଣ ବଢ଼ିବା ନେଇ ସୂଚନା ମିଳୁଛି। ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଝିପିଝିପି ବର୍ଷା ଲାଗି ରହିଛି। ଲୋକମାନେ ବର୍ଷା ଲାଗି ପୂର୍ବରୁ ପ୍ରସ୍ତୁତ ନଥିବାରୁ କିଛିଟା ଅସୁବିଧା ଭୋଗ କରୁଥିବା ଦେଖା ଯାଉଛି। ତେବେ ରାଜ୍ୟର ଛଅ ଟି ଜିଲ୍ଲା କୁ ରେଡ୍ ଆଲର୍ଟ ରେ ରଖା ଯାଇଥିବା ବେଳେ ଅନ୍ୟ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଚେତାବନୀ ଦିଆ ଯାଇଛି।

Leave A Reply

Your email address will not be published.