ବଣାଇ : ମହାଲକ୍ଷ୍ମୀ ପୂଜା ଚାଲିଥିବା ବେଳେ ଅଲୌକିକ ଘଟଣା।। ମା ‘ ଙ୍କ ବାହନ ପେଚା ଙ୍କ ମଣ୍ଡପ ରେ ଆବିର୍ଭାବ।

0 93

ବଣାଇ:୨୬/୧୦(ସତ୍ୟାନ୍ୟୁଜ) ବଣାଇରେ ମହାଲକ୍ଷ୍ମୀ ପୂଜା ବେଳେ ଅଲୌକିକ ଘଟଣା!
ବଣାଇରେ ମହାଲକ୍ଷ୍ମୀ ପୂଜା ଚାଲିଥିବା ବେଳେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଦୃଶ୍ୟ।
ଗତକାଲି ରାତିରେ ମା’ଙ୍କ ପୂଜା ସରିଥିବା ବେଳେ, ଆଜି ଭୋରୁ ମନ୍ଦିର ସଫା କରୁଥିବା ସମୟରେ ହଠାତ୍ ଉଡ଼ି ଆସି ମା’ ଲକ୍ଷ୍ମୀଙ୍କ ସାମ୍ନାରେ ବସିପଡ଼ିଲା ମା’ଙ୍କ ବାହନ ପେଚା।
ଏହି ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆଶ୍ଚର୍ଯ୍ୟ ଓ ଭକ୍ତିଭାବ ଦେଖିବାକୁ ମିଳିଥିଲା। ସମସ୍ତେ ମା’ଙ୍କ ବାହନ ପେଚାକୁ ନମସ୍କାର କରିବା ସହ ଏହାକୁ ନିଜର ସୌଭାଗ୍ୟ ବୋଲି କହିଥିଲେ।
ପରେ ପେଚା ଟିକୁ ପୂଜା ମଣ୍ଡପରେ ମା’ ଲକ୍ଷ୍ମୀଙ୍କ ନିକଟରେ ରଖାଯାଇଥିଲା।
ମହାଲକ୍ଷ୍ମୀ ପୂଜା ଅବସରରେ ଏହି ଘଟଣାକୁ ନେଇ ବଣାଇ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି।

Leave A Reply

Your email address will not be published.