ସୁନ୍ଦରଗଡ଼ : ଭୟଙ୍କର ଦୁର୍ଘଟଣା।। ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ।। ମୁହାଁ ମୁହିଁ ଧକ୍କା ପରେ ଜଳି ଗଲା ଦୁଇ ଗାଡ଼ି।

0 159

ସୁନ୍ଦରଗଡ଼ରେ ଭୟଙ୍କର ସଡ଼କ ଦୁର୍ଘଟଣା । ଜୀବନ୍ତ ଦଗ୍ଧ ହେଲେ ୨ ଡ୍ରାଇଭର।
ସୁନ୍ଦରଗଡ଼ : ୨୫/୧୦
(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଲେଫ୍ରିପଡ଼ା ଥାନା ଅନ୍ତର୍ଗତ କୋଲ୍ କରିଡରର ଅଁଳାବାହାଲ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଦୁଇଟି କୋଇଲା ବୋଝେଇ ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା ପରେ ଜଳିଗଲା ଗାଡ଼ି । ଘଟଣାରେ ଉଭୟ ଟ୍ରଲରର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।
ସୂଚନା ଅନୁସାରେ, ବିଳମ୍ବିତ ରାତି ପ୍ରାୟ ୨ଟାରୁ ଅଢ଼େଇଟା ମଧ୍ୟରେ ଏମ୍‌ସିଏଲ୍‌ରୁ କୋଇଲା ନେଇ ଆସୁଥିବା ଏକ ଟ୍ରଲର ସହ କୋଇଲା ଲୋଡ୍ କରିବାକୁ ଯାଉଥିବା ଅନ୍ୟ ଏକ ଟ୍ରଲରର ଧକ୍କା ହୋଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ, ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା ।
ରାସ୍ତାରେ ଥିବା ଅନ୍ୟ ଡ୍ରାଇଭରମାନେ ଫସି ରହିଥିବା ଦୁଇ ଡ୍ରାଇଭରଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ, ସେମାନଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା ।
ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଦୁଇ ଡ୍ରାଇଭରଙ୍କ ଜୀବନ ରକ୍ଷା କରାଯାଇପାରିନଥିଲା । ମୃତକଙ୍କ ପରିଚୟ ମିଳିନଥିବା ବେଳେ ସେମାନେ ବିହାରର ବୋଲି ସନ୍ଦେହ କରାଯାଉଛି ।
ଅନ୍ୟପଟେ, ଘଟଣାସ୍ଥଳରେ ଲେଫ୍ରିପଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାର ପ୍ରକୃତ କାରଣ ଏବଂ ମୃତକଙ୍କ ପରିଚୟ ନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି ।

Leave A Reply

Your email address will not be published.