ବାଲେଶ୍ୱର: ନିଖୋଜ ନାବାଳିକା ଙ୍କ ମୃତ ଦେହ ପାଞ୍ଚ ଦିନ ପରେ ଜଙ୍ଗଲରୁ ଉଦ୍ଧାର।। ଦୁଷ୍କର୍ମ ଏବଂ ହତ୍ୟା ଅଭିଯୋଗ କଲେ ପରିବାର ସଦସ୍ୟ।
ଜଳେଶ୍ୱରରେ ଚାଞ୍ଚଲ୍ୟ! ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ଓ ହତ୍ୟା ସନ୍ଦେହ
ବାଲେଶ୍ୱର : ୨୨/୧୦
(ସତ୍ୟାନ୍ୟୁଜ) ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଚାଞ୍ଚଲ୍ୟ! ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ମୃତଦେହ ଉଦ୍ଧାର। ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଜଳେଶ୍ୱର ଥାନା ଅନ୍ତର୍ଗତ ନାମ୍ପ ଫାଣ୍ଡି ଅଧୀନ ବର୍ତ୍ତନା ଗ୍ରାମ ପଞ୍ଚାୟତର ଏକ ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ମିଳିଛି। ସେ ଗତ ପାଞ୍ଚ ଦିନ ଧରି ନିଖୋଜ ଥିବା ଜଣାପଡ଼ିଛି।
ଖବର ପାଇ ଜଳେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ପରିବାର ଲୋକେ ଉକ୍ତ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଅଭିଯୁକ୍ତ କୁ ଫାଶୀ ଦେବା ଦାବି ହୋଇଛି। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।
ତେବେ ନାବାଳିକାଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ, ତାଙ୍କ ସହ କେଉଁ ପ୍ରକାର ଅପରାଧ ଘଟିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଅଟକ ଯୁବକଙ୍କ ସମ୍ପୃକ୍ତି ନେଇ ମଧ୍ୟ ପୋଲିସ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ।
ମୃତଦେହର ଡାକ୍ତରୀ ପରୀକ୍ଷା ପରେ ପ୍ରାପ୍ତ ରିପୋର୍ଟ ଆଧାରରେ ଓ ପୋଲିସ ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।
ଏବେ ପୋଲିସ ତଦନ୍ତ ଉପରେ ସମସ୍ତଙ୍କ ନଜର ରହିଛି।