ସେକ୍ସ ରାକେଟ୍ ଠାବ, ୩ ଯୁବତୀ ଉଦ୍ଧାର; ଗ୍ରାହକଙ୍କ ସମେତ ୩ ଅଟକ
ଯାଜପୁର, ଅକ୍ଟୋବର ୨୨ (ସତ୍ୟାନ୍ୟୁଜ): ଯାଜପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଯାଜପୁର ରୋଡ୍ ଥାନା ଅନ୍ତର୍ଗତ ନହକା-ତେନ୍ତୁଳିଖୁଣ୍ଟା ରାସ୍ତାରେ ଥିବା ଏକ ଦୁଇ ମହଲା ଘରେ ଚାଲିଥିବା ସେକ୍ସ ରାକେଟ୍ର ସୂଚନା ପାଇ ପୋଲିସ ଚଢ଼ାଉ କରିଛି। ଏହି ଚଢ଼ାଉରେ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରାଯିବା ସହ ୨ ଜଣ ଗ୍ରାହକ ଓ ଜଣେ କଥିତ ଦଲାଲଙ୍କୁ ଅଟକ ରଖାଯାଇଛି।
ସୂଚନା ଅନୁଯାୟୀ, କୌଣସି ସୂତ୍ରରୁ ଖବର ପାଇବା ପରେ ଯାଜପୁର ଏସ୍ପି ଏହି ସ୍ଥାନରେ ଚଢ଼ାଉ କରିବାକୁ ଏସ୍ଡିପିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଯାଜପୁର ରୋଡ୍ ଏସ୍ଡିପିଓ ଶରତ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ପୋଲିସର ସ୍ପେଶାଲ ସ୍କ୍ୱାଡ୍, କୋରେଇ ପୋଲିସ ଓ ଯାଜପୁର ରୋଡ୍ ପୋଲିସର ମିଳିତ ଟିମ୍ ଉକ୍ତ ଘରେ ଚଢ଼ାଉ କରିଥିଲା।
ଚଢ଼ାଉ ସମୟରେ ଘର ଭିତରୁ ବହୁ ଆପତ୍ତିଜନକ ସାମଗ୍ରୀ ସହ ଦାମୀ ମଦ ଜବତ କରାଯାଇଛି। ଉଦ୍ଧାର ହୋଇଥିବା ୩ ଜଣ ଯୁବତୀଙ୍କର ଡାକ୍ତରୀ ପରୀକ୍ଷା କରାଯିବା ପରେ ସେମାନଙ୍କୁ ସୁଧାର ଗୃହରେ ରଖାଯାଇଛି।