ବିରମିତ୍ରପୁର: ଦାଦା ର କୁରାଢ଼ି ମାଡ ରେ ପୁତୁରା ର ମୃତ୍ୟୁ।। ଅଭିଯୁକ୍ତ ଦାଦା ଅଟକ।। ହତ୍ୟାରେ ବ୍ୟବହୃତ କୁରାଢ଼ି ଜବତ୍।

0 109

ବିରମିତ୍ରପୁରରେ ଚାଞ୍ଚଲ୍ୟ! ଦାଦା ର କୁରାଢ଼ି ଆକ୍ରମଣରେ ପୁତୁରା ର ମୃତ୍ୟୁ।। ଅଭିଯୁକ୍ତ ଦାଦା ଗିରଫ।
ବିରମିତ୍ରପୁର: ୨୧/୧୦
(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଥାନା ଅଞ୍ଚଳରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଦାଦା ର କୁରାଢ଼ି ଆକ୍ରମଣରେ ପୁତୁରା ର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଜଲଙ୍ଗବୀରା ଗାଁର ହରଡ଼ା ଟୋଲିରେ ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି।
ମୃତକଙ୍କ ନାମ ଇତୱା କୁଜୁର ହୋଇଥିବା ବେଳେ ଅଭିଯୁକ୍ତ ଦାଦା ର ନାମ ରୁପୁ କୁଜୁର ବୋଲି ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇ ବୁଧବାର ସକାଳେ ବିରମିତ୍ରପୁର ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ କୁରାଢ଼ି ଜବତ କରିବା ସହ ଅଭିଯୁକ୍ତ ଦାଦା ରୁପୁ କୁଜୁରଙ୍କୁ ଅଟକ ରଖି ପଚରା ଉଚୁରା କରୁଛି।
ଅନ୍ୟପକ୍ଷରେ, ମୃତଦେହକୁ ଜବତ କରି ପୁଲିସ ଘଟଣାର ସମସ୍ତ ଦିଗକୁ ନେଇ ଛାନଭିନ୍ ଜାରି ରଖିଛି। ହତ୍ୟାକାଣ୍ଡ ପଛରେ କ’ଣ କାରଣ ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

Leave A Reply

Your email address will not be published.