ରାଉରକେଲା : ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ।। ଧାନ କ୍ଷେତ ବଞ୍ଚାଇବାକୁ ବିଦ୍ୟୁତ୍ ତାର ଘେର କରା ଯାଇଥିଲା।
ବିଦ୍ୟୁତ୍ ତାର ସଂସ୍ପର୍ଶ ରେ ଆସି ଦନ୍ତା ହାତୀର ମୃତ୍ୟୁ। ବନ ବିଭାଗ ୨ ଜଣଙ୍କୁ ଅଟକ ରଖିଛି।
ରାଉରକେଲା : ୨୧/୧୦
(ସତ୍ୟାନ୍ୟୁଜ) ବିଦ୍ୟୁତ୍ ତାର ସଂସ୍ପର୍ଶ ରେ ଆସି ଯିବାରୁ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ବନ୍ଧମୁଣ୍ଡା ଥାନା ଟୁଙ୍ଗରି ଟୋଲି ଗାଁ ବିଲରେ ମରି ପଡିଛି ହାତୀ । ମୃତ ହାତୀର ବୟସ ପାଖାପାଖି ୧୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
ଗାଁ ଲୋକେ ଧାନ ବିଲକୁ ସୁରକ୍ଷିତ ଦେବା ପାଇଁ ବିଲ ଚାରିପଟେ ବିଦ୍ୟୁତ୍ ତାର ଘେର କରିଥିଲେ ।
ଗତ କାଲି ରାତିରେ ବିଲକୁ ହାତୀ ପସିବା ସମୟରେ ବିଦ୍ୟୁତ ତାର ସ୍ପର୍ଶରେ ଆସିଥିଲା ଫଳରେ ଘଟଣା ସ୍ଥଳରେ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା ।
ଖବର ପାଇ ଘଟଣା ସ୍ଥଳରେ ରାଉରକେଲା ଡିଏଫଓ ଙ୍କ ସମେତ ବନ ବିଭାଗ ଅଧିକାରୀ ମାନେ ପହଞ୍ଚି ମୃତ ହାତୀ କୁ ବ୍ୟବଚ୍ଛେଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ଏହି ଘଟଣାରେ ବନ ବିଭାଗ ପକ୍ଷରୁ ଦୁଇ ଜଣଙ୍କୁ ଅଟକ ରଖା ଯାଇଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ ବାରମ୍ବାର ହାତୀ ଖାଦ୍ୟ ଅନ୍ୱେଷଣ ରେ ଧାନ ବିଲ୍ ମୁହାଁ ହେଉଛି।
ଖବର ଦେଲେ ବନ ବିଭାଗ ପହଞ୍ଚି ହାତୀ ପଲଙ୍କୁ ଘଉଡାଇ ଦେଇ ତା କାମ ସାରି ଦେଉଛନ୍ତି। ପରେ ପୁଣି ହାତୀ ଗାଁ ମୁହାଁ ହୋଇ ଫସଲ ନଷ୍ଟ କରୁଛି ।
ଅନେକ ସମୟରେ ହାତୀ ଆକ୍ରମଣରେ ସାଧାରଣ ଲୋକଙ୍କ ଜୀବନ ମଧ୍ୟ ଯାଉଛି। ତେବେ ଏହି ହାତୀ ମୃତ୍ୟୁ ଘଟଣାର ତଦନ୍ତ ଜାରି ରହିଛି।