ରାଉରକେଲା : ଦାଦା ର ତୀର ମାଡ ରେ ଝିଆରୀ ଗୁରୁତର।। ପେଟରେ ଲାଗି ରହିଛି ତୀର।। ହସ୍ପିଟାଲରେ ଭର୍ତ୍ତି।

0 103

ଦାଦାଙ୍କ ତୀରମାଡ଼ରେ ଝିଆରୀ ଗୁରୁତର, ପେଟରେ ଲାଗି ରହିଛି ତୀର। ଜେପି ହସ୍ପିଟାଲରେ ଭର୍ତ୍ତି।

ରାଉରକେଲା: ୨୦/୧୦
(ସତ୍ୟାନ୍ୟୁଜ) ଦାଦାଙ୍କ ତୀରମାଡ଼ରେ ଗୁରୁତର ହୋଇଛନ୍ତି ଝିଆରୀ। ତୀରଟି ତାଙ୍କ ପେଟରେ ପଶି ରହିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲାର ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଦଳପୋଷ ଅଞ୍ଚଳରେ ଘଟିଛି। ଗୁରୁତର ଯୁବତୀଙ୍କ ନାମ ରଜନୀ ବୋଲି ଜଣାପଡ଼ିଛି। ତେବେ କେଉଁ କାରଣରୁ ତାଙ୍କ ଦାଦା ତାଙ୍କୁ ତୀରମାଡ଼ କଲେ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ତୀରମାଡ଼ର ପ୍ରକୃତ କାରଣ କ’ଣ ଏବଂ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା, ସେନେଇ ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।

Leave A Reply

Your email address will not be published.