ରାଉରକେଲା : ବିରମିତ୍ରପୁର ସହର ୧୧ ନମ୍ୱର୍ ୱାର୍ଡ ରେ ପଶିଲା ଦନ୍ତା।। ଲୋକେ ଆତଙ୍କିତ।। ବନ ବିଭାଗ ହାତୀ ଘଉଡ଼ାଇବା ପରେ ଲୋକେ ଆଶ୍ୱସ୍ତ।
ରାଉରକେଲା:୧୬/୧୦
(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର , ବିଶ୍ରା , କୁଆଁରମୁଣ୍ଡା , ନୂଆଗାଁ ଆଦି ବ୍ଲକ୍ ରେ ହାତୀ ଆତଙ୍କ ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଗତ ୪ ମାସ ହେଲା ବିସ୍ରା ବ୍ଲକ୍ ର ଗ୍ରାମବାସୀ ମାନେ ହାତୀ ଉପଦ୍ରବ ସମସ୍ୟାର ସାମ୍ନା କରୁଥିବା ବେଳେ ଗତକାଲି ସନ୍ଧ୍ୟାରେ ଏକ ଦନ୍ତା ହାତୀ ବିରମିତ୍ରପୁର ସହର ର ୧୧ ନମ୍ୱର୍ ୱାର୍ଡ ର ତଲସରା ଅଞ୍ଚଳ କି ପଶି ଆସିବାରୁ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ଠିକ୍ ସମୟରେ ବନ ବିଭାଗ କର୍ମଚାରୀ ମାନେ ପହଞ୍ଚି ଯିବାରୁ ହାତୀ ସେପରି କୌଣସି କ୍ଷୟକ୍ଷତି କରି ପାରିନଥିଲା। ବନ ବିଭାଗ କର୍ମଚାରୀ ମାନେ ଗ୍ରାମବାସୀଙ୍କ ସହ ମିଶି ରାତିରେ ଦନ୍ତା ହାତୀକୁ ଘଞ୍ଚ ଜଙ୍ଗଲ ମଧ୍ୟକୁ ଘଉଡ଼ାଇବାକୁ ସକ୍ଷମ ହୋଇଥିଲେ।
ହାତୀ ଦଳ ଆତଙ୍କରେ ଲୋକେ ଏବେ ଶାନ୍ତିରେ ଘରେ ଶୋଇ ପାରୁ ନାହାନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଲୋକେ ଦାବି କରିଛନ୍ତି।