ରାଉରକେଲା: ୧୨/୧୦
(ସତ୍ୟାନ୍ୟୁଜ) ଭରତ ଚନ୍ଦ୍ର ବାଇ। ରହନ୍ତି ରାଉରକେଲାରେ। ନିଜ ପୈତୃକ ଘର ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍ ରେ। ମାନବ ସେବା କୁ ନିଜର ପରମ ଧର୍ମ ବୋଲି ଧରି ନେଇଛନ୍ତି। ସେ ଏପରି ଏକ ମଣିଷ ଯିଏକି ନିଜ କଷ୍ଟ ଉପାର୍ଜିତ ଧନ କୁ ଅଭାବୀ ଲୋକଙ୍କ ପାଇଁ ଖର୍ଚ୍ଚ କରି ଦିଅନ୍ତି। ଅନାଟନରେ ଗତି କରୁଥିବା ଲୋକଙ୍କୁ ନିଜ ଉପାର୍ଜିତ ପଇସାରେ ଘର ତିଆରି କରି ତାର ଚାବି ଦେଇ ଦିଅନ୍ତି। ନିଜେ ରହନ୍ତି ଭଡ଼ା ଘରେ। ସାଇକେଲ ରେ ବୁଲନ୍ତି। ଅଭାବୀ ଲୋକଙ୍କୁ ଘର କରି ହସ୍ତାନ୍ତର କରନ୍ତି। ତାଙ୍କର ଛେଣ୍ଡ କଲୋନୀ ସ୍ଥିତ ବିର ସୁରେନ୍ଦ୍ର ସାଏ ମାର୍କେଟ ରେ ଏକ କପଡ଼ା ଦୋକାନ ରହିଛି। ତାଙ୍କର ଏବେ ୫୦ ତମ ଘର ର ଚାବି ହସ୍ତାନ୍ତର କାର୍ଯ୍ୟକ୍ରମ ରବିବାର ୧୦ ଅକ୍ଟୋବର ରେ ସମାପନ ହୋଇ ଯାଇଛି।
ବାଗବୁଡ଼ି ବସ୍ତି ନିକଟରେ ଏହି ୫୦ ତମ ଘରର ଚାବି ହସ୍ତାନ୍ତର ହୋଇଛି। ଏପରି ଜଣେ
ନିଃସ୍ଵାର୍ଥପର ବ୍ୟକ୍ତିଙ୍କ ପାଇଁ ସବୁ ସ୍ତରରେ ପ୍ରଶଂସାର ସୁଅ ଛୁଟୁଛି। ଆସନ୍ତୁ ଶୁଣିବା ଆଗାମୀ ଦିନରେ କଣ ରହିଛି ତାଙ୍କ ର ଲକ୍ଷ୍ୟ।