ରାଉରକେଲା : ଘରେ ପଶି ଚୋରି କରିବା ମାମଲାରେ ୪ ଗିରଫ।। ଗିରଫ କଲା ଟାଙ୍ଗରପାଲି ଥାନା ପୋଲିସ।

0 83

ଫର୍ଟିଲାଇଜର ଟାଉନସିପ୍‌ରେ ଗୃହ ଚୋରି ଘଟଣାର ପର୍ଦ୍ଦାଫାଶ, ୪ ଅଭିଯୁକ୍ତ ଗିରଫ।
ରାଉରକେଲା: ୧୨/୧୦
(ସତ୍ୟାନ୍ୟୁଜ) ରାଉରକେଲା ପୋଲିସକୁ ମିଳିଛି ବଡ ସଫଳତା। ଟାଙ୍ଗରପାଲି ଥାନା ଅନ୍ତର୍ଗତ ଫର୍ଟିଲାଇଜର ଟାଉନସିପ୍‌ରେ ହୋଇଥିବା ଏକ ଗୃହ ଚୋରି ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ଘରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ସୁନା ଓ ରୂପା ଅଳଙ୍କାର ସହ ନଗଦ ୧ ଲକ୍ଷ ୫୦ ହଜାର ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ କରି ଟାଙ୍ଗରପାଲି ପୋଲିସ ୪ ଜଣଙ୍କୁ ଗିରଫ କରିଛି। ତେବେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।
ଅନ୍ୟପକ୍ଷରେ, ଗୃହ ଚୋରି ରୋକିବା ପାଇଁ ରାଉରକେଲା ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଘରୁ ବାହାରକୁ ଯିବା ପୂର୍ବରୁ ଦ୍ୱାର ଓ ଝରକା ଭଲଭାବେ ବନ୍ଦ କରି ତାଲା ପକାନ୍ତୁ। ଉନ୍ନତମାନର ତାଲା ଓ ସୁରକ୍ଷା ବ୍ୟବସ୍ଥା ବ୍ୟବହାର କରନ୍ତୁ। ଦୀର୍ଘ ସମୟ ପାଇଁ ଘରେ ଅନୁପସ୍ଥିତ ରହିଲେ ବିଶ୍ୱସ୍ତ ପଡ଼ୋଶୀଙ୍କୁ ଜଣାଇ ରଖନ୍ତୁ। କୌଣସି ସନ୍ଦେହଜନକ ବ୍ୟକ୍ତି କିମ୍ବା କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ପୋଲିସକୁ ସୂଚନା ଦିଅନ୍ତୁ।

Leave A Reply

Your email address will not be published.