ରାଉରକେଲା। : ବିପିୟୁଟି କେଣ୍ଟିନ୍ ରେ ଅସ୍ୱାସ୍ଥ୍ୟକର ସ୍ଥିତିରେ ଖାଦ୍ୟ ପ୍ରସ୍ତୁତି ଅଭିଯୋଗ।। ଏପରିକି ଗୋଡ଼ରେ ଦଳା ଯାଉଛି ଅଟା। ଉତ୍ତେଜନା ପରେ ପୋଲିସ ହସ୍ତକ୍ଷେପ।
ରାଉରକେଲା : ୧୧/୧୦
(ସତ୍ୟାନ୍ୟୁଜ) ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ରେ ଦିଆ ଯାଉଥିବା ଖାଦ୍ୟ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ପ୍ରସ୍ତୁତ ହେଉଥିବା ଅଭିଯୋଗ ହୋଇଛି। ଏପରିକି କ୍ୟାଣ୍ଟିନ୍ ରେ ଗୋଡ଼ରେ ଅଟା ଚକଟା ଯାଉଥିବା ଭିଡିଓ ଭାଇରାଲ ହେଉଛି। ପ୍ରତିବାଦରେ ବିପିୟୁଟି ର ଶତାଧିକ ଛାତ୍ର କ୍ୟାଣ୍ଟିନ୍ ରେ ପଶି ବିରୋଧ କରିବା ସହ ପାଟି ତୁଣ୍ଡ କରିଥିଲେ। ଖାଦ୍ୟ ପ୍ରସ୍ତୁତ କରୁଥିବା ଠିକା ସଂସ୍ଥା ଏବଂ ଏହାର କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଥିଲେ। ଉତ୍ତେଜନା ବଢ଼ିବାରୁ ଚ୍ଛେଣ୍ଡ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଖାଦ୍ୟରେ ପୋକ ଥିବା ଅଭିଯୋଗ କୁ ଖଣ୍ଡନ କରିଛନ୍ତି ବିପିୟୁଟି ନିର୍ଦ୍ଦେଶକ।ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟ ଭୁଲ୍ ବୋଲି କହିବା ସହ ଘଟଣାର ତଦନ୍ତ କରା ଯାଉଛି ବୋଲି କହିଛନ୍ତି ବିପିୟୁଟି ନିର୍ଦ୍ଦେଶକ ଶିବ ଶଙ୍କର ମିଶ୍ର।
ବିପିୟୁଟି ରେ ଥିବା ୨ ଟି ହଷ୍ଟେଲ ରେ ପ୍ରାୟ ୬୦୦ ରୁ ଅଧିକ ଛାତ୍ର ରହୁଛନ୍ତି। ହିମାଳୟ ହଲ୍ ଅଫ୍ ରେସିଡେନ୍ସ ରେ ଖାଦ୍ୟ ପ୍ରସ୍ତୁତ କରାଯାଇ ହଷ୍ଟେଲ କୁ ଯାଇଥାଏ। ଗତକାଲି ସନ୍ଧ୍ୟାରେ ଜଣେ କର୍ମଚାରୀ ରୁଟି ପ୍ରସ୍ତୁତି ପାଇଁ ଅଟା କୁ ଗୋଡ଼ରେ ଦଳୁ ଥିବା କୁହା ଯାଉଛି। ଏହି ଘଟଣା ପ୍ରଚାରିତ ହେବା ପରେ ଶତାଧିକ ଚତ୍ର ପ୍ରତିବାଦ କରିବା ସହ ପାଟିତୁଣ୍ଡ କରିଥିଲେ।
ଏ ବାବଦରେ ଥାନାରେ କୌଣସି ଲିଖିତ ଅଭିଯୋଗ କରା ଯାଇ ନଥିବା ଜଣା ପଡିଛି।