ରାଉରକେଲା: ଆଜି ଠାରୁ ଆରମ୍ଭ ହୋଇଛି ମା’ ଙ୍କ ନବରାତ୍ର ପୂଜା।। ହନୁମାନ ବଟିକାର ବିଭିନ୍ନ ଶକ୍ତି ପୀଠ ରେ ପୂଜାର୍ଚ୍ଚନା ।
ରାଉରକେଲା: ୧୧/୧୦
(ସତ୍ୟାନ୍ୟୁଜ) ଆଜି ଠାରୁ ଆରମ୍ଭ ହୋଇ ଯାଇଛି ମା’ ଙ୍କ ନବରାତ୍ରୀ ପୂଜା। ଚଳଚଞ୍ଚଳ ହୋଇ ଉଠିଛି ଶକ୍ତିପୀଠ। ମା ଙ୍କୁ ଆରାଧନାର ପ୍ରତ୍ୟେକ ଦିନର ରହିଛି ନିଜସ୍ୱ ମହତ୍ୱ। ଏହି ଅବସରରେ ମା’ ଦୁର୍ଗାଙ୍କ ନଅ ଟି ରୂପକୁ ନଅ ଦିନରେ ପୂଜା କରାଯାଏ। ପ୍ରଥମ ଦିନରେ ମା’ ଶୈଳପୁତ୍ରୀ ଙ୍କୁ ପୂଜା କରା ଯାଉଛି।
ରାଉରକେଲା ରେ ବିଭିନ୍ନ ଶକ୍ତି ପୀଠରେ ଆଜି ମା’ ଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଛି। ହନୁମାନ ବାଟିକା ରେ ଥିବା ବିଭିନ୍ନ ଶକ୍ତିପୀଠରେ ଆଜି ମା’ ଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଛି। ମା ମଙ୍ଗଳା , ମା ବିମଳା , ମା ଶାରଳା , ମା ସମଲେଶ୍ୱରୀ , ମା ବୈଷ୍ନୋ ଦେବୀ ମନ୍ଦିରରେ ରୀତିନୀତି ଅନୁସାରେ ଚାଲିଛି ମା ଙ୍କ ପୂଜାର୍ଚ୍ଚନା।
ଏହା ଛଡା ମା ତାରିଣୀ , ଦୁର୍ଗାପୁର ପାହାଡ ଉପରେ ମା ବୈଷ୍ଣଦେବୀ ମନ୍ଦିରରେ ମଧ୍ୟ ନବରାତ୍ର ପୂଜା ଆରମ୍ଭ ହୋଇଛି।