ରାଉରକେଲା : କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ର ବିକ୍ଷୋଭ।। କଂଗ୍ରେସ ସାଂସଦ ଙ୍କ ଜେ ଏନ୍ ୟୁ ରେ ଛାତ୍ରୀ ଅସଦାଚରଣ ଅଭିଯୋଗ ବିରୁଦ୍ଧରେ ବିକ୍ଷୋଭ।
JNUରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ମଣିପୁର କଂଗ୍ରେସ ସାଂସଦଙ୍କ ଚାକିରି ଗଲା। କାର୍ଯ୍ୟନୁଷ୍ଠାନ ଦାବିରେ ରାଉରକେଲା କଂଗ୍ରେସ ଅଫିସ୍ ସମ୍ମୁଖରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ।
ରାଉରକେଲା : ୧୧/୧୦(ସତ୍ୟାନ୍ୟୁଜ) ମଣିପୁରର କଂଗ୍ରେସ ସାଂସଦ ଅଙ୍ଗୋମଚା ବିମୋଲ ଆକୋଇଜାମଙ୍କୁ ନେଇ ବଢ଼ିଲା ବିବାଦ। ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ଅର୍ଥାତ୍ JNUରେ ପ୍ରଫେସର ଥିବା ସମୟରେ ତାଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ଉତ୍ପୀଡ଼ନ ଓ ଅସଦାଚରଣ ନେଇ ଅଭିଯୋଗ କରିଥିବା ଖବର ସାମ୍ନାକୁ ଆସିବା ପରେ ବିବାଦ ବଢ଼ିଛି। କଂଗ୍ରେସ ଦଳ ବିଜେପି ଶାସନ କାଳରେ ମହିଳା ଉତ୍ପୀଡ଼ନ ଅଭିଯୋଗ ଆଣୁଛି । ହେଲେ ତାଙ୍କ ନିଜ ସାଂସଦ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଆସିଛି। ଏହି ପରିପ୍ରେକ୍ଷୀରେ ସାଂସଦ ଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ସହ ରାହୁଲ ଗାନ୍ଧୀ କ୍ଷମା ମଗିବା କୁ ଦାବି କରାଯାଇଛି। ଏହି ଦବିରେ ଆଜି ରାଉରକେଲା ବିଜେପି ପକ୍ଷରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ରିପୋର୍ଟ ଅନୁସାରେ, ଛାତ୍ରୀମାନେ ତାଙ୍କ ବ୍ୟକ୍ତିଗତ ଜୀବନ ଓ ସମ୍ପର୍କକୁ ନେଇ ଅନୁଚିତ ପ୍ରଶ୍ନ ପଚରାଯିବା, ଭାଇଭା ପରୀକ୍ଷା ସମୟରେ ଯୌନ ସଙ୍କେତପୂର୍ଣ୍ଣ ମନ୍ତବ୍ୟ ଦିଆଯିବା ଏବଂ ବିନା ସମ୍ମତିରେ ଅନୁଚିତ ଭାବେ ସ୍ପର୍ଶ କରାଯିବା ଭଳି ଅଭିଯୋଗ ଆଣିଥିଲେ।
ଏହି ଅଭିଯୋଗଗୁଡ଼ିକର ତଦନ୍ତ ପରେ ଅକ୍ଟୋବର ୯ ତାରିଖରେ JNU କର୍ତ୍ତୃପକ୍ଷ ତାଙ୍କ ସେବା ସମାପ୍ତ କରିଥିବା ରିପୋର୍ଟ ପ୍ରକାଶ ପାଇଛି। ଏହାପରେ ଅକ୍ଟୋବର ୧୧ ଓ ୧୨ ତାରିଖରେ ପ୍ରକାଶିତ ଖବର ଅନୁସାରେ, ଦିଲ୍ଲୀ ପୋଲିସ ଏହି ମାମଲାରେ ଏଫ୍ଆଇଆର୍ ରୁଜୁ କରିଛି।
ଅନ୍ୟପଟେ, ସାଂସଦ ଆକୋଇଜାମ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ତଦନ୍ତ ପ୍ରକ୍ରିୟାକୁ ସମାଲୋଚନା କରିଛନ୍ତି। ଏହାକୁ ସେ ଏକ ‘ୱିଚ୍ ହଣ୍ଟ୍’ ବୋଲି କହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ତେବେ ଏହି ମାମଲାରେ ପୋଲିସ ତଦନ୍ତ ଜାରି ରହିଥିବା ଖବର ପ୍ରକାଶ ପାଇଛି। ତଦନ୍ତର ଫଳାଫଳ ଉପରେ ଏହି ମାମଲାର ପରବର୍ତ୍ତୀ ସ୍ଥିତି ନିର୍ଭର କରିବ।