ରାଉରକେଲା: ୧୧/୧୦
(ସତ୍ୟାନ୍ୟୁଜ) ପିଲା ଦିନରୁ ଗ୍ଲେମର୍ ଦୁନିଆ ପ୍ରତି ଥିଲା ଆକର୍ଷଣ ଏବଂ ଦୁର୍ବଳତା। କଲେଜ ରେ ପାଠ ପଢୁଥିବା ବେଳେ କେବେ କେବେ ବିଭିନ୍ନ ନୃତ୍ୟ ସହ ଗ୍ଲେମର୍ ପ୍ରତିଯୋଗିତାରେ ସେ ଭାଗ ନେଇଥିଲେ। ହେଲେ ଏହି ଦୁନିଆରେ ତାଙ୍କର ଆଶା ସଫଳ ହୋଇ ପାରି ନଥିଲା। ଏବେ ବିବାହ ର ୧୫ ବର୍ଷ ପରେ ସେ ପାଇଛନ୍ତି ସଫଳତା।
ରାଉରକେଲାର ବୋହୂ ତଥା ଛତିଶଗଡ଼ ଅମ୍ବିକାପୁର ର ଝିଅ ଜୟା ଗୁପ୍ତା ବିବାହ କରି ଘର ସଂସାର କରିବାର ବହୁ ବର୍ଷ ପରେ ଗ୍ଲେମର୍ ଦୁନିଆରେ ସଫଳ ହୋଇ ପାରିଛନ୍ତି । ରାଜସ୍ଥାନ ର ଜୟପୁର ଠାରେ ଆୟୋଜିତ ଭିନସ୍ ମିସ୍ ଏବଂ ମିସେସ୍ ଇଣ୍ଡିଆ କଣ୍ଟେଷ୍ଟ ରେ ଭାଗ ନେଇ ମିସେସ୍ ଇଣ୍ଡିଆ ଟାଇଟଲ୍ ହାସଲ କରିବାରେ ସଫଳ ହୋଇଛନ୍ତି। ସ୍ୱାମୀ ମନୀଷ ସାହୁ ଏବଂ ପରିବାର ଲୋକଙ୍କ ସପୋର୍ଟ ଯୋଗୁଁ ଏହା ସମ୍ଭବ ହୋଇ ପାରିଲା ବୋଲି ଜୟା କହିଛନ୍ତି।
ପିଲାବେଳୁ ଗ୍ଲେମର୍ ଦୁନିଆ ପ୍ରତି ଆକର୍ଷିତ ଥିବା ଜୟା ବିବାହ ପରେ ନିଜର ଆଶା ଆଉ ପୂରଣ ହୋଇ ପାରିବ ନାହିଁ ବୋଲି ଭାବି ନେଇ ଘର ସଂସାରରେ ମଗ୍ନ ରହିଥିଲେ। ତାଙ୍କ ସ୍ୱାମୀ , ୧୧ ବର୍ଷର ପୁଅ ଏବଂ ୬ ବର୍ଷର ଝିଅ ସହ ସାଂସାରିକ ଜୀବନ ବିତାଉଥିବା ବେଳେ ଜଣେ ସାଙ୍ଗଙ୍କ ପରାମର୍ଶ କ୍ରମେ ଜୟପୁର ପ୍ରତିଯୋଗିତାରେ ଭାଗ ନେଇ ଥିଲେ। ସେଠାରେ ସମସ୍ତ।ପ୍ରତିଯୋଗୀଙ୍କୁ ମାତ୍ ଦେଇ ମିସେସ୍ ଇଣ୍ଡିଆ ଟାଇଟଲ୍ ରେ ୱିନର୍ ଗୌରବ ହାସଲ କରିଥିଲେ। ଏବେ ବନ୍ଧୁ ଏବଂ ଶୁଭେଚ୍ଛୁ ମାନଙ୍କ ଶୁଭେଚ୍ଛାର ବାର୍ତ୍ତା ଆସିବାରେ ଲାଗିଛି ଜୟା ଙ୍କ ପାଖକୁ।