ରାଉରକେଲା : ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା।। ମହିଳା ମହାବିଦ୍ୟାଳୟ ଛାତ୍ରୀ ମାନେ ଧାରଣାରେ ବସିଲେ।

0 70

ରାଉରକେଲା : ୧୦/୧୦
(ସତ୍ୟାନ୍ୟୁଜ) ଅକ୍ଟୋବର ୧୫ ତାରିଖରେ ହେବ ଛାତ୍ର ସଂସଦ ନିର୍ବାଚନ। ଏଥିପାଇଁ ରାଉରକେଲାରେ କ୍ୟାମ୍ପସ ରାଜନୀତି ସରଗରମ ହୋଇ ଉଠିଛି। ଗତକାଲି ନାମାଙ୍କନ ପତ୍ର ଦାଖଲ ପରଠାରୁ ନେଇ ଆଜି ପର୍ଯ୍ୟନ୍ତ ବିଭିନ୍ନ କଲେଜ କ୍ୟାମ୍ପସ ରେ ଆରୋପ ପ୍ରତ୍ୟାରୋପ ସହ ଉତ୍ତେଜନା ଲାଗି ରହିଛି। ଆଜି ସୁଶୀଳାବତୀ ସରକାରୀ ମହିଳା ମହା ବିଦ୍ୟାଳୟରେ ନାମାଙ୍କନ ପତ୍ର ରଦ୍ଦ କୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ଉଦ୍ଦେଶ୍ୟମୂଳକ ଭାବେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ରଦ୍ଦ କରିଥିବା ଅଭିଯୋଗ କରି ଛାତ୍ରୀ ମାନେ କଲେଜ୍ ଗେଟ୍ ସମ୍ମୁଖରେ ଧାରଣାରେ ବସିଥିଲେ। ଏପରିକି ଜଣେ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ହସ୍ପିଟାଲ୍ ପଠା ଯାଇଥିଲା। ଉତ୍ତେଜନା ବଢ଼ିବାରୁ କଲେଜ କ୍ୟାମ୍ପସ ରେ ପୋଲିସ୍ ମୁତୟନ କରା ଯାଇଥିଲ। ନାମାଙ୍କନ ପତ୍ର ରଦ୍ଦ ନିଷ୍ପତ୍ତି କୁ କଲେଜ୍ କର୍ତ୍ତୃପକ୍ଷ ପ୍ରତ୍ୟାହାର କରି ନେବାକୁ ଦାବି କରିଥିଲେ ଛାତ୍ରୀ ମାନେ।

Leave A Reply

Your email address will not be published.