ରାଉରକେଲା: ରାଉରକେଲା ମୁଖ୍ୟ ରାସ୍ତାରେ ଅଗ୍ରସେନ୍ ଜୟନ୍ତୀ ଶୋଭାଯାତ୍ରାରେ ସାମିଲ ହେଲେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ରେସଲର୍ ଖଲି।
ରାଉରକେଲା : ୧୦/୧୦
(ସତ୍ୟାନ୍ୟୁଜ) ଅଗ୍ରସେନ ମହାରାଜ ଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ରାଉରକେଲାରେ
ଆଠ ଦିନ ହେଲା ଚାଲିଛି ବିଭିନ୍ନ କାର୍ଯ୍ୟକ୍ରମ। ଆଜି ଏହି ଉପଲକ୍ଷେ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଅମର ଭବନ ନିକଟରୁ ଶୋଭାଯାତ୍ରା ବାହାରି ସହର ର ମୁଖ୍ୟ ମାର୍ଗ ଦେଇ ଅଗ୍ରସେନ୍ ଭବନରେ ପହଞ୍ଚି ଥିଲା। ଅଗ୍ରସେନ ଜୟନ୍ତୀରେ ଯୋଗଦେବାକୁ ରାଉରକେଲା ପହଞ୍ଚିଥିଲେ ଦି ଗ୍ରେଟ୍ ଖଲି।
ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ରେସଲର ତଥା ପୂର୍ବତନ WWE ସୁପରଷ୍ଟାର ଖଲି
ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ପରେ ସେଠାରୁ ତାଙ୍କୁ ରାଉରକେଲା ଅଣାଯାଇଥିଲା।
ନିଜର ବିଶାଳ ଶରୀର, ଦମ୍ଦାର ରେସଲିଂ ଶୈଳୀ ଏବଂ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ପାଇଁ ପରିଚିତ ଗ୍ରେଟ୍ ଖଲିଙ୍କୁ ଆଜିର ଶୋଭାଯାତ୍ରା ରେ ଦେଖିବାକୁ ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇ ଥିଲା।
ଶୋଭାଯାତ୍ରାରେ ଖଲିଙ୍କ ଉପସ୍ଥିତି ଉତ୍ସବର ଆକର୍ଷଣକୁ ଆହୁରି ବଢ଼ାଇ ଦେଇଥିଲା।
ସମାଜସେବା, ସମାନତା, ଏକତା ଓ ସାମାଜିକ ବିକାଶର ଆଦର୍ଶ ପାଇଁ ମହାରାଜା ଅଗ୍ରସେନ ସ୍ମରଣୀୟ। ତାଙ୍କ ଜୟନ୍ତୀ ପାଳନ ଅବସରରେ ଗ୍ରେଟ୍ ଖଲି ଙ୍କ ଆଗମନ ରାଉରକେଲା ବାସୀଙ୍କ ପାଇଁ ଏକ ବିଶେଷ ଆକର୍ଷଣ ପାଲଟି ଥିଲା। ଆଜି ସନ୍ଧ୍ୟାରେ ମଧ୍ୟ ଅଗ୍ରସେନ୍ ଭବନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।