ରାଉରକେଲା : ୭ ଦଫା ଦାବି ନେଇ ନିଖିଲ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ସଂଘର ବିକ୍ଷୋଭ।। ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର।

0 22

ରାଉରକେଲା: ୬/୧୦
(ସତ୍ୟାନ୍ୟୁଜ) ଦିନକୁ ୧୦୦ ଟଙ୍କା ହିସାବରେ ମାସକୁ ଦରମା ପାଉଛନ୍ତ୍ତି ୩ ହଜାର। ହେଲେ ଦିନକୁ ୪୭୨ ଟଙ୍କା ହିସାବରେ ମାସକୁ ୧୪ ହଜାର ଟଙ୍କା ଦାବି କରି ଆସୁଛନ୍ତି । ବର୍ଦ୍ଧିତ ଦରମା ତ ମିଳୁ ନାହିଁ , କିନ୍ତୁ ୪ ମାସର ଦରମା ବାକି ରହିଛି।
ଏ ସମସ୍ୟା ହେଲା ନିଖିଲ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ, ପାଚିକା ମାନଙ୍କ ର। ୪ ମାସର ବକେୟା ଦରମା ସହ ୭ ଦଫା ଦାବି ନେଇ ଆଜି ବିଜୁ ଶ୍ରମିକ ସାମ୍ମୁଖ୍ୟ ଅନୁବନ୍ଧିତ ରାଜ୍ୟ ପାଚକ ପାଚିକା ସଂଘ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା କରା ଯାଇଥିଲା। ଏହି ଶୋଭାଯାତ୍ରା ପାନପୋଷ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲ। ପରେ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରା ଯାଇଥିଲା।

Leave A Reply

Your email address will not be published.