ରାଉରକେଲାରେ ଲାଗି ରହିଛି ରାସ୍ତା ସମସ୍ୟା।ବନ୍ଧମୁଣ୍ଡା ରାସ୍ତାରେ ଧୂଳିକୁ ନେଇ ଦୋକାନୀଙ୍କ ରାସ୍ତାରୋକ।
ରାଉରକେଲା, ୫/୧୦:ବ
(ସତ୍ୟାନ୍ୟୁଜ) ଦୀର୍ଘ ୪ ମାସ ଧରି ବନ୍ଧମୁଣ୍ଡା ମୁଖ୍ୟ ରାସ୍ତାରେ ଧୂଳି ଓ ଖାଲ ଢିପ ସମସ୍ୟାକୁ ନେଇ ଅତିଷ୍ଠ ଦୋକାନୀ ଓ ସ୍ଥାନୀୟ ବାସିନ୍ଦା ସୋମବାର ସି-ସେକ୍ଟର ଅଞ୍ଚଳରେ ରାସ୍ତା ଅବରୋଧ କରିଥିଲେ। ରାସ୍ତା ମଝିରେ ଟାୟାର ଜାଳି ପ୍ରତିବାଦ କରିବା ସହ ଆନ୍ଦୋଳନ କରିଥିଲେ।
ରାସ୍ତାରୋକ ଯୋଗୁଁ ଉଭୟ ପାର୍ଶ୍ୱରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ବନ୍ଧମୁଣ୍ଡା ପୁଲିସ ଓ ଏନ୍ଏଚ୍ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଦୋକାନୀଙ୍କ ସହ ଆଲୋଚନା କରିଥିଲେ।
ଶୀଘ୍ର ରାସ୍ତାର ପିଚୁ କାମ ଆରମ୍ଭ କରାଯିବ ବୋଲି ଅଧିକାରୀ ଓ ଠିକାଦାର ପ୍ରତିଶ୍ରୁତି ଦେବା ପରେ ଦୋକାନୀମାନେ ରାସ୍ତାରୋକ ପ୍ରତ୍ୟାହାର କରିଥିଲେ। ଧୂଳି ଯୋଗୁଁ ଦୋକାନୀ, ବାସିନ୍ଦା ଓ ଯାତ୍ରୀମାନେ ଅସୁବିଧା ଭୋଗୁଥିବାରୁ ଶୀଘ୍ର ରାସ୍ତା କାମ ସମ୍ପୂର୍ଣ୍ଣ କରିବାକୁ ଦାବି ହୋଇଛି।