ରାଉରକେଲା : ଆସନ୍ତା ୮ ତାରିଖ ଓଡ଼ିଶା ବନ୍ଦ।। ଡାକରା ଦେଲା ଇଣ୍ଡି ମେଣ୍ଟ।। ଶ୍ରମିକ ଭବନରେ ମେଣ୍ଟର ପ୍ରସ୍ତୁତି ବୈଠକ।

0 181

ରାଉରକେଲା : ୬/୧୦
(ସତ୍ୟାନ୍ୟୁଜ) ଆସନ୍ତା ୮ ତାରିଖ ଗୁରୁବାର ଦିନ ଓଡ଼ିଶା ବନ୍ଦ ଡାକରା ଦେଇଛି ଇଣ୍ଡି ମେଣ୍ଟ। ୪ ଦଫା ଦାବି ନେଇ ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଛି।
ମୁଖ୍ୟତଃ ଏମ୍ ଏମ୍ ଡି ଆର ଆଇନ୍ କୁ ରଦ୍ଧ , ପାଠ୍ୟ ପୁସ୍ତକ ରେ ହୋଇଥିବା ବିଭ୍ରାଟ ରେ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କୁ ଦାୟୀ କରି ତାଙ୍କ ଇସ୍ତଫା ଦାବି , ଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ଇସ୍ତଫା ଆଦି ଦାବି ଅନ୍ତର୍ଭୁକ୍ତ। ପ୍ରସ୍ତାବିତ ଓଡ଼ିଶା ବନ୍ଦ କୁ ସଫଳ କରିବା ଲାଗି ଆଜି ରାଉରକେଲା ୧୬ ନମ୍ୱର୍ ସେକ୍ଟର ସ୍ଥିତ ଶ୍ରମିକ ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ କଂଗ୍ରେସ , ସିପିଏମ୍ , ସିପିଆଇ ର କର୍ମକର୍ତ୍ତା ମାନେ ଯୋଗ ଦେଇ ଥିଲେ। ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି ସମ୍ପର୍କରେ ଅବଗତ କରା ଯାଇଥିଲା।

Leave A Reply

Your email address will not be published.