ରାଉରକେଲା: ଛାତ୍ର ସଂସଦ ନିର୍ବାଚନ ଘୋଷଣା ପରେ କ୍ୟାମ୍ପସ ରାଜନୀତି ସରଗରମ।। ସହରର ୧୦ ଟି କଲେଜ୍ ରେ ହେବ ନିର୍ବାଚନ।

0 36

୮ ବର୍ଷ ପରେ ଛାତ୍ର ସଂଘ ନିର୍ବାଚନ ଘୋଷଣା, ପାନପୋଷ ଅଟୋନମସ କଲେଜରେ ଏବିଭିପିର ବିଜୟ ଉତ୍ସବ

ରାଉରକେଲା: ୬/୧୦
(ସତ୍ୟାନ୍ୟୁଜ) ଛାତ୍ର ସଂଘ ନିର୍ବାଚନ ଘୋଷଣା ପରେ ପାନପୋଷ ଅଟୋନମସ କଲେଜରେ ଏବିଭିପି ପକ୍ଷରୁ ବିଜୟ ଉତ୍ସବ ପାଳିତ ହୋଇଛି। ଆତସବାଜି ସହ ପରସ୍ପରକୁ ମିଠା ଖୁଆଇ ଖୁସି ମନାଇଥିଲେ ଏବିଭିପି କର୍ମୀ।
ଏବିଭିପି ନେତାମାନେ କହିଛନ୍ତି, ୮ ବର୍ଷର ସଂଘର୍ଷ ପରେ ଛାତ୍ର ସଂଘ ନିର୍ବାଚନ ଘୋଷଣା ସଂଗଠନର ସଂଘର୍ଷର ବିଜୟ। ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଧନ୍ୟବାଦ ଜଣାଇଛି ସଂଗଠନ।
ଆସନ୍ତା ୧୫ ଅକ୍ଟୋବରରେ ସୁନ୍ଦରଗଡ଼ ଜିଲ୍ଲାର ପ୍ରାୟ ଦେଢ଼ ଡଜନ କଲେଜରେ ନିର୍ବାଚନ ହେବ। ରାଉରକେଲା ସହରର ୧୦ଟି କଲେଜରେ ନିର୍ବାଚନ ହେବାକୁ ଥିବାରୁ କ୍ୟାମ୍ପସରେ ରାଜନୈତିକ ମାହୋଲ ସରଗରମ ହୋଇଛି।

Leave A Reply

Your email address will not be published.