ସୁନ୍ଦରଗଡ଼ ପଞ୍ଜାବ ନେସନାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ।
ସୁନ୍ଦରଗଡ଼: ୫/୧୦
(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ସହରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ । ଆଜି ସକାଳେ ପୋଷ୍ଟ ଅଫିସ ନିକଟସ୍ଥ ବ୍ୟାଙ୍କ ଭିତରୁ ଧୂଆଁ ବାହାରୁଥିବା ଦେଖାଯିବା ପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା
ଖବର ପାଇ ସୁନ୍ଦରଗଡ଼ ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ଅଗ୍ନିଶମ କର୍ମଚାରୀଙ୍କ ଦୀର୍ଘ ପ୍ରୟାସ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରା ଯାଇ ପାରିଛି । ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପ୍ରାଥମିକ ସୂଚନା ଅନୁସାରେ, ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ନିଆଁରେ ବ୍ୟାଙ୍କର କିଛି ସାମଗ୍ରୀ ଓ ଉପକରଣ କ୍ଷତିଗ୍ରସ୍ତ ହୋଇଛି । ତେବେ ପ୍ରକୃତ କ୍ଷୟକ୍ଷତିର ପରିମାଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।
ଅଗ୍ନିକାଣ୍ଡର ପ୍ରକୃତ କାରଣ ଓ କ୍ଷୟକ୍ଷତିର ଆକଳନ ପାଇଁ ପୁଲିସ ଏବଂ ସମ୍ପୃକ୍ତ ବିଭାଗ ପକ୍ଷରୁ ଯାଞ୍ଚ ଜାରି ରହିଛି ।