ସେକ୍ଟର ୧୩ ମେଳନ ପଡିଆ ରେ ରାଉରକେଲା ଟ୍ରେଡ ଫେୟାର ଉଦଘାଟିତ। ସମୁଦାୟ ଲାଗିଛି ୨୮ ଟି ରାଜ୍ୟର ୧୦୨ ଷ୍ଟଲ୍।
ରାଉରକେଲା : ୨/୧୦
(ସତ୍ୟାନ୍ୟୁଜ) ରାଉରକେଲା ପାର୍ବଣ କୁ ଦୃଷ୍ଟିରେ ରଖି ଓଡ଼ିଶା ର ଅଗ୍ରଣୀ ଏକ୍ସପୋ ଇଭେଣ୍ଟ ମ୍ୟାନେଜମେଣ୍ଟ ଗ୍ରୁପ୍ ପକ୍ଷରୁ ରାଉରକେଲା ଟ୍ରେଡ ଫେୟାର ନାମରେ ଏକ ପ୍ରଦର୍ଶନୀ ଓ ବିକ୍ରୀ ର ଆୟୋଜନ ସେକ୍ଟର ୧୩ ମେଳନ ପଡିଆ ରେ ହୋଇଛି। ଚଳିତବର୍ଷ ଏହି ମେଳା ରେ ମୋଟ ୧୦୨ ଟି ଷ୍ଟଲ ରେ ବିଭିନ୍ନ ସାମଗ୍ରୀ ଗ୍ରାହକ ଙ୍କ ପାଇଁ ଉପଲବ୍ଧ ହେଉଛି। ଆଜି ସନ୍ଧ୍ୟାରେ ଏହି ମେଳା କୁ ରାଉରକେଲା ର ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ନଡିଆ ଭାଙ୍ଗି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ନିଜ ବକ୍ତବ୍ୟରେ ସେ ଏକ୍ସପୋ ଗ୍ରୁପ ର ନିର୍ଦେଶିକା ଲୀନା ନାୟକ ଙ୍କ ପ୍ରୟାସ କୁ ପ୍ରଶଂସା କରିବା ସହ ସହର ବାସୀଙ୍କୁ ରାଜ୍ୟ ତଥା ରାଜ୍ୟ ବାହାର ର ସାମଗ୍ରୀ ଗୋଟିଏ ଛାତ ତଳେ ଉପଲବ୍ଧ କରାଇବା ଏକ ନିଆରା ପ୍ରଚେଷ୍ଟା ପ୍ରଶଂସନୀୟ।ମେଳା ର ମୁଖ୍ୟ ଆକର୍ଷଣ ମଧ୍ୟରେ ଦିଲ୍ଲୀ ର କପ୍ ପ୍ଲେଟ୍,ସାହାରାନପୁର ର ଫର୍ଣ୍ଣିଚର ,ୟୁନିକ ଟିଭିଏସ୍ ର ଦୁଇଚକିଆ, ଟାଟା ମୋଟର୍ସ ର ଚାରି ଚକିଆ ,ଆମ୍ବିନା ଦୁଇ ଚକିଆ ବ୍ୟାଟେରୀ ଗାଡି , ୟୁରେକା ଫୋବର୍ସ କମ୍ପାନୀ ର ସାମଗ୍ରୀ ସହ ଦେଶର ୨୮ ଟି ରାଜ୍ୟ ର ବଛାବଛା ସାମଗ୍ରୀ ଷ୍ଟଲ ରେ ଭାଗ ନେଇଛନ୍ତି। ରାଉରକେଲା ର ପ୍ରସିଦ୍ଧ ସୁନା ଦୋକାନୀ ପ୍ରସାଦ ଜ୍ବେଲେରୀ ଦୁର୍ଗାପୂଜା ଅଫର ସହ ମେଳା ରେ ଭାଗ ନେଇଛି।ଏହାସହ ଆଦିବାସୀ ମନ୍ତ୍ରାଳୟ ର ଟ୍ରାଇବସ୍ ଇଣ୍ଡିଆ,ଲୁଧିଆନା କମ୍ବଳ ପିଲଖୁଆ ବେଡସିଟ୍,ଜୟପୁରୀ ଜୁତେ, କାନପୁର ଲେଦର ବ୍ୟାଗ,ହେଲ୍ଥ ପ୍ରଡକ୍ଟ, ରୋଷେଇ ସରଞ୍ଜାମ, ରାଜସ୍ଥାନୀ ଆଚାର, ବ୍ରହ୍ମପୁର ପାମ୍ପଡ ଓ ଆଚାର,ଆପା ମସାଲା,ଭୋଦରାଇ କାର୍ପେଟ, ବମ୍ବେ ଲେଡିଜ ଚପଲ,ଖଦୀ ସାର୍ଟ ଅନ୍ୟତମ। ଗୃହିଣୀ ମାନଙ୍କ ପସନ୍ଦିତ ବେଙ୍ଗଲ ଶାଢ଼ୀ,ବନାରସୀ ଶାଢ଼ୀ,ଭାଗଲପୁରୀ ଶାଢ଼ୀ, କାଶ୍ମିରୀ ଲଦାଖି ଶାଢ଼ୀ ସହ ସମ୍ବଲପୁରୀ ଶାଢ଼ୀ ମେଳା ର ଆକର୍ଷଣ। କନ୍ଧମାଳ ହଳଦୀ, ଆୟୁର୍ବେଦିକ,ରାମ ବାଣ ତେଲ ସହ ଅନେକ କିଛି ମେଳା ରେ ପ୍ରଦର୍ଶିତ। ମେଳା ବୁଲିବା ସହ ସୁସ୍ବାଦୁ ଖାଦ୍ୟ ଷ୍ଟଲ ର ମଜ୍ଜା ନେବା ପାଇଁ ଏକ୍ସପୋ ଗ୍ରୁପ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଆଜି ଉଦଘାଟନୀ ଉତ୍ସବରେ ଏକ୍ସପୋ ଇଭେଣ୍ଟ ମ୍ୟାନେଜମେଣ୍ଟ ଗ୍ରୁପ୍ ର ନିର୍ଦେଶିକା ଲୀନା ନାୟକ, ଇଭେଣ୍ଟ ମ୍ୟାନେଜର ଏସ କେ ଅନାର ଓ ସନ୍ତୋଷ ଝା ପ୍ରମୁଖ ଉପସ୍ଥିତ ଥିଲେ। ମେଳା ଅକ୍ଟୋବର ୧ ରୁ ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଏହା ପ୍ରତ୍ଯହ ମଧ୍ୟାହ୍ନ ୧୨ ଟା ରୁ ଆରମ୍ଭ ହୋଇ ରାତ୍ରି ୯ ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ତେଣୁ ସପରିବାର ଏହି ମେଳା ର ଭରପୁର ଉପଭୋଗ ସହ ନିଜର ପସନ୍ଦିତ ସାମଗ୍ରୀ କିଣିବା ପାଇଁ ଏକ୍ସପୋ ଗ୍ରୁପ ର ନିର୍ଦେଶିକା ଲୀନା ନାୟକ ସମସ୍ତ ରାଉରକେଲା ଓ ଆଖପାଖ ଅଞ୍ଚଳର ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି।