ରାଜଗାଙ୍ଗପୁର : ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ।। କାର ରେ ରାଞ୍ଚି ଯାଉଥିଲା ଗଞ୍ଜେଇ।। ଜଣେ ଗିରଫ।। କାର ସହ ଗଞ୍ଜେଇ ଜବତ।

0 113

ରାଜଗାଙ୍ଗପୁର ପୁଲିସର ଚଢାଉ। ଗଞ୍ଜେଇ ସହ କାର ଜବତ। ଜଣେ ଗିରଫ।
ରାଜଗାଙ୍ଗପୁର : ୩୦/୯ (ସତ୍ୟାନ୍ୟୁଜ) ରାଜଗାଙ୍ଗପୁର ପୁଲିସ ଗଞ୍ଜେଇ ଚୋରାଚାଲାଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରଖିଛି।
ବିଶ୍ୱସନୀୟ ସୂଚନା ଆଧାରରେ କାଂଶବାହାଲ ଅଞ୍ଚଳର ବରପାଲି ଟୋଲ୍ ପ୍ଲାଜା ନିକଟରେ ଏକ i20 କାର୍‌କୁ ଅଟକାଇ ଯାଞ୍ଚ କରିଥିଲା ପୁଲିସ।
ଯାଞ୍ଚ ବେଳେ କାର୍‌ରୁ ୩୬ କେଜି ଗଞ୍ଜେଇ ଜବତ ହୋଇଥିଲା।
ଏହି ଘଟଣାରେ ପୁଲିସ ଅଜୟ କୁମାର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତାଙ୍କ ଘର ରାଞ୍ଚି ବୋଲି ପୁଲିସ ସୂଚନା ଦେଇଛି।
ପୁଲିସର ସୂଚନା ଅନୁସାରେ, ଅଜୟ ଝାରସୁଗୁଡ଼ାରୁ ରାଞ୍ଚି ଅଭିମୁଖେ ଏହି ଗଞ୍ଜେଇ ନେଇ ଯାଉଥିବା ବେଳେ ବରପାଲି ଟୋଲ୍ ପ୍ଲାଜା ନିକଟରେ ଧରାପଡ଼ିଥିଲେ।
ପୁଲିସ ଗଞ୍ଜେଇ ସହ i20 କାର୍‌ଟିକୁ ମଧ୍ୟ ଜବତ କରିଛି। ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.