ରାଉରକେଲା : ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ପାଳିତ।। ସ୍ୱାସ୍ଥ୍ୟ ଶିବିର , ଯୋଗାଭ୍ୟାସ ସଚେତନ ସହ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ।

0 58

ଆନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ପାଳିତ।

ରାଉରକେଲା : ୧.୧୦.୨୦୨୬ : (ସତ୍ୟାନ୍ୟୁଜ) ଉପଖଣ୍ଡ ସ୍ତରୀୟ ଆନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ–୨୦୨୬ ଆଜି ପାନପୋଷ ଉପଖଣ୍ଡରେ ପାଳିତ ହୋଇଯାଇଛି। ଛେଣ୍ଡ ଥାନା ନିକଟସ୍ଥ ମଡେଲ୍ ସିନିୟର ସିଟିଜେନ୍ ହେଲ୍ପ ସେଣ୍ଟରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୟୋଜ୍ୟେଷ୍ଠମାନଙ୍କ ସମ୍ମାନ, ସୁରକ୍ଷା ଓ କଲ୍ୟାଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଶ୍ରୀ ଚନ୍ଦ୍ରକାନ୍ତ ମଲ୍ଲିକ, ଉପଜିଲ୍ଲାପାଳ, ପାନପୋଷଙ୍କ। ନେତୃତ୍ବରେ ଅନୁଷ୍ଠିତ ଏହି ସଭାରେ ଶ୍ରୀ ରବି ମୀନା, ଡିଏଫ୍‌ଓ, ରାଉରକେଲା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସ୍ନେହା ନାୟକ, ଏଏସ୍‌ପି, ରାଉରକେଲା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଶ୍ରୀମତୀ ଚାନ୍ଦିନୀ, ଅତିରିକ୍ତ ଉପଜିଲ୍ଲାପାଳ, ପାନପୋଷ ଏବଂ ମଡେଲ୍ ସିନିୟର ସିଟିଜେନ୍ ହେଲ୍ପ ସେଣ୍ଟରର ସଭାପତି ଶ୍ରୀ ମହେନ୍ଦ୍ର କୁମାର ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ଅବସରପ୍ରାପ୍ତ ପୁଲିସ୍ ସଂଘ, ସିନିୟର ସିଟିଜେନ୍ ଆସୋସିଏସନ୍, ବୀରମିତ୍ରପୁର ଓ ଜଗଦାର ପ୍ରତିନିଧିମାନେ ମଧ୍ୟ ଯୋଗଦେଇଥିଲେ।

କାର୍ଯ୍ୟକ୍ରମର ସଭା ପରିଚାଳନା ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ପାନପୋଷ ଶ୍ରୀମତୀ ମିନୁ ତାଣ୍ଡିଆଙ୍କ ଦ୍ୱାରା କରାଯାଇଥିଲା। ଏସ୍‌ଏସ୍‌ଓ, ପାନପୋଷ ଶ୍ରୀ ପ୍ରକାଶ କୁମାର ଦାସଙ୍କ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା।

ଏହି ଅବସରରେ ସ୍ୱାସ୍ଥ୍ୟ ଶିବିର, ଯୋଗାଭ୍ୟାସ, ସଚେତନତା କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରତିଯୋଗିତା, ଆନ୍ତଃପିଢ଼ି ସମ୍ପର୍କ ସୁଦୃଢ଼ୀକରଣ, ଚାରାରୋପଣ ଓ ଚାରା ବଣ୍ଟନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍ୱାସ୍ଥ୍ୟ ଶିବିରର ସୁଚାରୁ ପରିଚାଳନାରେ ରାଉରକେଲା ସରକାରୀ ହସ୍ପିଟାଲ୍‌ (RGH)ର ମେଡିକାଲ୍ ଟିମ୍ ପୂର୍ଣ୍ଣ ସହଯୋଗ କରିଥିଲେ।

‘ଏକ ପେଡ୍ ମାଁ କେ ନାମ’ ଅଭିଯାନ ଅନ୍ତର୍ଗତ ଚାରାରୋପଣ ଓ ଚାରା ବଣ୍ଟନ କରାଯାଇ ପରିବେଶ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରାଯାଇଥିଲା। ବୟୋଜ୍ୟେଷ୍ଠମାନଙ୍କ ପ୍ରତି ସମ୍ମାନ, ଯତ୍ନ ଓ ସହଯୋଗର ଭାବନାକୁ ସୁଦୃଢ଼ କରିବା ସହ ସେମାନଙ୍କ ଅନୁଭବ ଓ ଅବଦାନକୁ ସମାଜରେ ସମ୍ମାନିତ କରିବା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ।

କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ପାନପୋଷ ଉପଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀମାନେ କାର୍ଯ୍ୟକ୍ରମର ସଫଳ ଆୟୋଜନ ଓ ସୁଚାରୁ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

Leave A Reply

Your email address will not be published.