ରାଉରକେଲା : ଡ୍ରଗ୍ସ କାରବାର ଉପରେ ପୋଲିସ୍ ର ଚଢାଉ।। ୧୫ ଗ୍ରାମ ହିରୋଇନ୍ ଜବତ୍।। ଜଣେ ଗିରଫ।

0 83

ରାଉରକେଲା : ୧/୯
(ସତ୍ୟାନ୍ୟୁଜ) ରାଉରକେଲାରେ ନିଶା କାରବାର ବିରୋଧରେ ପ୍ଲାଣ୍ଟସାଇଟ୍ ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ନୟାବଜାର ନନ୍ଦପଡ଼ା ରୋଡ୍‌ରେ ଚଢ଼ାଉ କରି ପୁଲିସ ୧୫ ଗ୍ରାମ ହେରୋଇନ୍ ଜବତ କରିଛି।
ଗତ କାଲି ସେପ୍ଟେମ୍ବର ୩୦ ତାରିଖ ସନ୍ଧ୍ୟାରେ ଏସ୍‌ଆଇ ସିଦ୍ଧାର୍ଥ ପ୍ରଧାନଙ୍କ ନେତୃତ୍ୱରେ ପୁଲିସ ଟିମ୍ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ନିଶା କାରବାର ସମ୍ପର୍କରେ ସୂଚନା ପାଇଥିଲେ। ସୂଚନା ଆଧାରରେ ଚଢ଼ାଉ କରି ପିଣ୍ଟୁ ନାଗଙ୍କୁ ଧରିଥିଲା ପୁଲିସ।
ଗିରଫ ଅଭିଯୁକ୍ତ ପିଣ୍ଟୁ ନାଗ ସେକ୍ଟର-୩ ବଲାଙ୍ଗୀର ବସ୍ତିର ବାସିନ୍ଦା। ତାଙ୍କ ନିକଟରୁ ୧୫ ଗ୍ରାମ ହେରୋଇନ୍ ସହ ଏକ ନୀଳ ରଙ୍ଗର କିପ୍ୟାଡ୍ ମୋବାଇଲ୍ ଫୋନ୍ ଜବତ ହୋଇଛି।
ଅଭିଯୁକ୍ତ ହେରୋଇନ୍ ବିକ୍ରି କରି ଅବୈଧ ଭାବେ ଅର୍ଥ ଉପାର୍ଜନ କରୁଥିବା ପୁଲିସ ଅଭିଯୋଗ କରିଛି। ଏନ୍‌ଡିପିଏସ୍ ଆଇନ ଅନୁଯାୟୀ ମାମଲା ରୁଜୁ କରି ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.