ରାଉରକେଲା : ରିଙ୍ଗ ରୋଡ ରେ ବଡବଡ ଗର୍ତ୍ତ ଦୁର୍ଘଟଣା କୁ ଆମନ୍ତ୍ରଣ ଦେଉଛି।। ବାରମ୍ବାର ଦାବି ସ୍ଵତ୍ତେ ହେଉନାହିଁ ମରାମତି।। ଆଗକୁ ଆସୁଛି ପୂଜା।

0 66

ରାଉରକେଲା : ୨୯/୯
(ସତ୍ୟାନ୍ୟୁଜ) ସ୍ମାର୍ଟ ସିଟି ରାଉରକେଲା । ରାଜଧାନୀ ଭୁବନେଶ୍ୱର ପରେ ରାଉରକେଲା ଏହି ମାନ୍ୟତା ପାଇଛି। ମାତ୍ର ସହରରେ ଥିବା ରାସ୍ତା ଘାଟ ସ୍ମାର୍ଟ ହେଉନାହିଁ। ରିଙ୍ଗ ରୋଡ ର ଅବସ୍ଥା ଦେଖିଲେ ଯେକୌଣସି ଲୋକ ଆଶ୍ଚର୍ଯ୍ୟ ହୋଇଯିବ। ବିର୍ସା ମୁଣ୍ଡା ଛକ ଠାରୁ ନେଇ ହନୁମାନ ବାଟିକା ଛକ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି। ରାସ୍ତା ସାରା ବଡବଡ ଗର୍ତ୍ତ ସୃଷ୍ଟି ହୋଇ ବିପଦ କୁ ସବୁବେଳେ ଡାକୁଛି। ବଣିଆ ଗେଟ୍ ଛକ , ସରନା ଛକ ନିକଟ ଅବସ୍ଥା ସାଂଘାତିକ ରହିଛି। ପ୍ରତିଦିନ ଦୁର୍ଘଟଣା ଘଟୁଥିବା ସୂଚନା ମିଳୁଛି। ଆଜି
ମୁନିସିପାଲ୍ କଲେଜ୍ ର ଜଣେ ଛାତ୍ରୀ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ଗଣେଶ ପୂଜାରେ ରାସ୍ତା ମରାମତି ନେଇ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ କାମ ହୋଇ ନାହିଁ। ଆଗକୁ ଆସୁଛି ପୂଜା। ଲୋକମାନେ ଯେପରି ସୁରକ୍ଷିତ ଭାବେ ଯାତାୟାତ କରି ପାରିବେ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ସହ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଶୀଘ୍ର ରିଙ୍ଗ ରୋଡ ମରାମତି କରିବାକୁ ଦାବି ହୋଇଛି।

Leave A Reply

Your email address will not be published.