ରାଉରକେଲା : ରେଳବାଇର ତତ୍କାଳ ଟିକେଟ୍ କଳା ବଜାରୀ ଉପରେ ଲାଗିବତ ଲଗାମ୍ !।। ଦଲାଲ୍ ଗିରଫ ପରେ ଆରପିଏଫ୍ ର ତଦନ୍ତ ଜୋରଦାର।
ରାଉରକେଲା: ୨୯/୯
(ସତ୍ୟାନ୍ୟୁଜ) ତତ୍କାଳ ଟିକେଟ ର କଳା ବଜାରୀ କେବଳ ରାଉରକେଲାରେ ନୁହେଁ ସାରା ଦେଶରେ ଚାଲିଛି। ଏହି ବେଆଇନ୍ ଟିକେଟ ବୁକିଂ ଜଣେ , ଦୁଇ ଜଣ ଦଲାଲଙ୍କ ଦ୍ୱାରା ସମ୍ଭବ ନୁହେଁ। ଏହା ପଛରେ ରହିଛି ଏକ ବଡ ରାକେଟ୍। ରେଳବାଇ କର୍ମଚାରୀଙ୍କ ବିନା ସହଯୋଗରେ ଏହି ଧନ୍ଦା ସମ୍ଭବ ନୁହେଁ। ତେବେ ଗତକାଲି ରାଉରକେଲା ରେଳ ଷ୍ଟେସନ୍ ରେ ଆରପିଏଫ୍ ଜଣେ ଦଲାଲ କୁ ଗିରଫ କରିଛି। ଏହି ଦଲାଲ ଠାରୁ ୪୧ ହଜାର ଟଙ୍କାର ନୂଆ ପୁରୁଣା ଇ- ଟିକେଟ ଜବତ୍ କରାଯାଇଛି। ଗିରଫ ଦଲାଲ କୁ କୋର୍ଟ ଚାଲାଣ କରା ଯାଇଛି। ଏବେ ପ୍ରଶ୍ନ ଉଠିଛି ଯେ ଜଣେ ଲୋକକୁ ଧରି ଦେଲେ କଣ ଏତେ ବଡ ରାକେଟ୍ ବନ୍ଦ ହୋଇ ଯିବ! ଏହି ବେଆଇନ୍ କାରବାର ର ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ଅନ୍ୟମାନଙ୍କ ସମ୍ପୃକ୍ତି ର ପର୍ଦ୍ଦାଫାସ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି।