ରାଉରକେଲା: ବିଭିନ୍ନ ହୋଟେଲ, ମଲ୍ , ସ୍କୁଲ , ବାଣିଜ୍ୟିକ କେନ୍ଦ୍ରରେ ଅଗ୍ନି ନିରାପତ୍ତା ଯାଞ୍ଚ।। ଅକ୍ଟୋବର ୧୫ ପର୍ଯ୍ୟନ୍ତ ଚାଲିବ ଏହି ଯାଞ୍ଚ।

0 100

ରାଉରକେଲା: ୨୯/୯
(ସତ୍ୟାନ୍ୟୁଜ) ଏବେ ବିଭିନ୍ନ ସହରରେ ଉଚ୍ଚ ଉଚ୍ଚ ଅଟ୍ଟାଳିକା ଦେଖିବାକୁ ମିଳୁଛି। ଏହି ସବୁ କମ୍ପ୍ଲେକ୍ସ ରେ ଅଗ୍ନି ନିରାପତ୍ତା ସବୁଠାରୁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ନୂତନ ଭାବେ ବହୁ ତଳ ବାଣିଜ୍ୟିକ କେନ୍ଦ୍ର ନିର୍ମାଣ ହେଲେ ଅଗ୍ନି ନିରାପତ୍ତା କୁ ଗୁରୁତ୍ୱ ଦିଆ ଯାଉଛି। ମାତ୍ର ପୁରୁଣା ବିଲ୍ଡିଙ୍ଗ ରେ ଫାୟାର ସେଫ୍ଟି ଅଣ ଦେଖା କରାଯାଇଥିବା ଅଭିଯୋଗ ବିଭିନ୍ନ ସମୟରେ ଆସିଥାଏ। ଅଗ୍ନି ନିରାପତ୍ତା ଦୃଷ୍ଟି କୋଣରୁ ଏବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏକମାସ ଧରି ବିଭିନ୍ନ ହୋଟେଲ , ସ୍କୁଲ , ମଲ୍ ଆଦିରେ ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ କରାଯାଉଛି। ରାଉରକେଲା ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ସେପ୍ଟେମ୍ବର ୧୫ ତାରିଖରୁ ଏହି ଯାଞ୍ଚ ବିଭିନ୍ନ ହୋଟେଲ ,ସ୍କୁଲ ଏବଂ ବାଣିଜ୍ୟିକ କେନ୍ଦ୍ରରେ କରା ଯାଉଛି। ଏହା ଆସନ୍ତା ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଯେଉଁ ସଂସ୍ଥା ଅଗ୍ନି ନିରାପତ୍ତା ର ଖିଲାଫ କରିଥବ ସେହି ସଂସ୍ଥା ଗୁଡିକୁ ନୋଟିସ ଦିଆ ଯାଉଛି।

Leave A Reply

Your email address will not be published.