ସୁନ୍ଦରଗଡ:୩୦/୪(ସତ୍ୟାନ୍ୟୁଜ) ସୁନ୍ଦରଗଡରେ ଘଟିଛି ଏକ ଭୟାବହ ଦୁର୍ଘଟଣା। ଟ୍ରେଲର ଭିତରେ ରହି ଯାଇ ଜୀବନ୍ତ ଜଳି ଯାଇଛନ୍ତି ଚାଳକ । ଗତକାଲି ରାତିରେ ଘଟିଛି ଏପରି ଘଟଣା। ହେମଗିରି ଥାନା ବାଙ୍କିବାହାଲ – ଟପରିଆ ରାସ୍ତାର ରତନସରା ନିକଟ ଡିବିଏଲ୍ ଅଫିସ ସମ୍ମୁଖ ରାସ୍ତାରେ ଦୁଇ ଟ୍ରେଲର ମୁହାଁ ମୁହିଁ ଧକ୍କା ହେବା ପରେ ଗୋଟିଏ ଟ୍ରେଲର ରେ ନିଆଁ ଲାଗି ଯାଇଥିଲା। ଅନ୍ୟ ଏକ ଟ୍ରେଲର ରାସ୍ତା କଡ଼ରେ ଓଲଟି ପଡ଼ିଥିଲା। ନିଆଁ ଲାଗିଥିବା ଟ୍ରେଲର ଭିତରେ ଫସି ରହି ଚାଳକ ଜୀବନ୍ତ ଅବସ୍ଥାରେ ଜଳି ଯାଇଥିଲେ । ଦୁର୍ଘଟଣା ପରେ ଟ୍ରେଲର ରେ ଚାପି ହୋଇ ରହି ଯାଇଥିଲେ ଚାଳକ । ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିଲା ବେଳେ ଏବେ ମଧ୍ୟ ଟ୍ରେଲର ରେ ନିଆଁ ଜଳୁଛି। ପୋଲିସ୍ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।