ରାଉରକେଲା: କନକ ମନ୍ଦିର ରୁ ୧୦ ଲକ୍ଷ ଟଙ୍କା ମୂଲ୍ୟ ର ଗହଣା ଚୋରି।। ପୋଲିସ୍ ତଦନ୍ତ ଜାରି।। ସିସିଟିଭି କ୍ୟାମେରାରେ ଚୋରକଏଦ୍।

0 92

ରାଉରକେଲା:୨୯/୪(ସତ୍ୟାନ୍ୟୁଜ) ରାଉରକେଲା କନକ ମନ୍ଦିର
ଜୁଏଲର୍ସ ରୁ ଗତକାଲି ସନ୍ଧ୍ୟାରେ ହୋଇଥିବା ୧୦ ଲକ୍ଷ ଟଙ୍କା ଗହଣା ଚୋରି ର ଟେର୍ ଏପର୍ଯ୍ୟନ୍ତ ପୋଲିସ ପାଇ ନାହିଁ। ଚୋର ଜଣକ ଅତି ଚତୁରତା ସହ ଗହଣା ଚୋରି କରି ନେଇ ଫେରାର ହୋଇ ଯାଇଥିଲା। ଦୋକାନରେ ଥିବା ସେଲ୍ସ ଗର୍ଲ ଙ୍କୁ ଦୁର୍ବୃତ୍ତ ଗହଣା ଦେଖାଇବାକୁ କହିଥିଲା। ସେଲ୍ସ ଗର୍ଲ ତାଙ୍କୁ ଗହଣା ଦେଖାଉଥିବା ବେଳେ ଦୁର୍ବୃତ୍ତ ଜଣକ ଅନ୍ୟ ଗହଣା ଦେଖାଇବାକୁ କହିଥିଲା।
ସେଲ୍ସ ଗର୍ଲ ଅନ୍ୟ ଗହଣା ଆଣିବାକୁ ଯାଇଥିବା ବେଳେ ଦୁବୃର୍ତ୍ତ ବିଭିନ୍ନ ପ୍ରକାର ଗହଣା ଥିବା ଏକ ପ୍ୟାକେଟ ନେଇ ଫେରାର ହୋଇ ଯାଇଥିଲେ। ସମସ୍ତ ଘଟଣା ସିସିଟିଭି କ୍ୟାମେରା ରେ ରେକର୍ଡ ହୋଇଛି। ଏହି ଦୁବୃର୍ତ୍ତ ୧୦ ଦିନ ତଳେ ମଣ୍ଡଳ ଜୁଏଲାରୀ ରେ ଏହି ପ୍ରକାର ଚୋରି କରିବାକୁ ଉଦ୍ୟମ କରି ଥିଲା । ମାତ୍ର ଦୋକାନୀଙ୍କ ସନ୍ଦେହ ହେବାରୁ ତାକୁ ଦୋକାନ ରୁ ବାହାର କରି ଦେଇଥିଲେ। ଗତକାଲି ର ଘଟଣା ପରେ ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ଆଧାରରେ ଯାଞ୍ଚ ଆରମ୍ଭ କରିଛନ୍ତି। ଏହି ପ୍ରକାର ଚୋରି ପଛରେ ଏକ ରାକେଟ୍ କାମ କରୁଥିବା ପୋଲିସ୍ ସନ୍ଦେହ କରୁଛି। ଏ ପ୍ରକାର ଚୋରଙ୍କ ଠାରୁ ସତର୍କ ରହିବାକୁ ପୋଲିସ୍ ପରାମର୍ଶ ଦେଇଛି।

Leave A Reply

Your email address will not be published.