ରାଉରକେଲା:୨୯/୪(ସତ୍ୟାନ୍ୟୁଜ) ଆଜି ରାଉରକେଲା ସରକାରୀ ହସ୍ପିଟାଲ୍ ନିକଟରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା। ଏସଟିଆଇ ଛକ ନିକଟ ରାସ୍ତା ମଝି ରେ ହାତରେ ଟାଙ୍ଗିଆ ଧରି ଜଣେ ଯୁବକ ଆତଙ୍କ ସୃଷ୍ଟି କରିଥିଲା। ଯୁବକ ଜଣକ ଟାଙ୍ଗିଆ ରେ ସମ୍ଭବତ କାହାକୁ ମାରିବା ଉଦ୍ଦେଶ୍ୟ ରେ ବୁଲୁଥିଲା। ଖବର ପାଇ ପୋଲିସ ପେଟ୍ରୋଲିଂ ଗାଡ଼ି ଏବଂ ରଘୁନାଥ ପାଲି ଥାନା ପୋଲିସ ପହଞ୍ଚି ଯୁବକଙ୍କୁ ଧରିବାକୁ ଉଦ୍ୟମ କରିଥିଲେ। ତେବେ ପୋଲିସ କୁ ଦେଖି ଯୁବକ ଜଣକ ଅଧିକ ଉତକ୍ଷିପ୍ତ ହୋଇ ପଡ଼ିଥିଲା। ବହୁ କଷ୍ଟରେ ପୋଲିସ୍ ଯୁବକଙ୍କ ଠାରୁ ଟାଙ୍ଗିଆ ଛଡ଼ାଇ ଆଣି ଥିବା ବେଳେ ଦୁବୃର୍ତ୍ତ ଜଣକ ଫେରାର ହୋଇ ଯାଇଥିଲା। ବୁଧବାର ସକାଳେ ରାସ୍ତା ଉପରେ ୨ ଘଣ୍ଟା ଧରି ଲାଗି ରହିଥିଲା ଏପରି ଛକା ପଞ୍ଜା। ତେବେ ଟାଙ୍ଗିଆ ଧରି ରାସ୍ତାରେ ବୁଲିବା ଉପରେ ଯୁବକ ର କଣ ଉଦ୍ଦେଶ୍ୟ ଥିଲା ତାହା ପୋଲିସ ସ୍ପଷ୍ଟ କରି ନାହିଁ।