ରାଉରକେଲା : ଅକ୍ଷୟଶିଳା ପର୍ଯ୍ୟଟନ ସ୍ଥଳୀରେ ଗତକାଲି ଠାରୁ ପାଣିରେ ବୁଡି ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର।। ପୋଲିସ୍ ତଦନ୍ତ ଜାରି।

0 85

ରାଉରକେଲା:୨୯/୪(ସତ୍ୟାନ୍ୟୁଜ)
ରାଉରକେଲାର ବିଶ୍ରା ଅଞ୍ଚଳର ଅକ୍ଷୟଶିଳା ଝରଣା ପାଣିରେ ଗତକାଲି ବୁଡ଼ି ନିଖୋଜ ଥିବା ଯୁବକଙ୍କ ମୃତ ଦେହ ଆଜି ଫାୟାର ଟିମ୍ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ରାଉରକେଲା ୭ ନମ୍ୱର୍ ସେକ୍ଟର ଥାନା ଅଞ୍ଚଳରେ ରହୁଥିବା ୧୮ ବର୍ଷୀୟ ଯୁବକ ମିଲନ ମହାପାତ୍ର ଗତକାଲି ଅକ୍ଷୟଶିଳା ଜଳପ୍ରପାତ ପର୍ଯ୍ୟଟନ ସ୍ଥଳୀ ସାଙ୍ଗ ମାନଙ୍କ ସହ ବୁଲିବାକୁ ଯାଇଥିଲେ। ସେଠାରେ ଗାଧୋଇବା ବେଳେ ଅସାବଧାନତା ବଶତଃ ପାଣିରେ ବୁଡ଼ି ନିଖୋଜ ହୋଇ ଯାଇଥିଲେ।
ସାଙ୍ଗ ମାନେ ତାଙ୍କୁ ବଞ୍ଚାଇବାକୁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲେ। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଗତ କାଲି ସେଠାରେ ପହଞ୍ଚି ଯୁବକଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ମାତ୍ର ସନ୍ଧ୍ୟା ସୁଦ୍ଧା ମିଳନ ଙ୍କ ପତ୍ତା ନପାଇବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରଖିଥିଲେ। ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଫାୟାର କର୍ମଚାରୀ ମାନେ ମିଳନ ଙ୍କ ମୃତ ଦେହ ଉଦ୍ଧାର କରିଥିଲେ।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.