ରାଉରକେଲା : ଝିଅ ଲାଗି ସାଙ୍ଗକୁ ହତ୍ୟା କଲା ସାଙ୍ଗ।। ଗୋଟିଏ ଝିଅକୁ ଉଭୟ ପ୍ରେମ କରୁଥିଲେ ।। ଜଣେ ଅସଫଳ ହେବା ପରେ ହତ୍ୟାକାଣ୍ଡ।
ରାଉରକେଲା: ୧୭/୯
(ସତ୍ୟାନ୍ୟୁଜ) ଦୁଇ ସାଙ୍ଗ ଗୋଟିଏ ଝିଅ କୁ ଭଲ ପାଉଥିଲେ। ମାତ୍ର ଝିଅଟି ଜଣଙ୍କ ପ୍ରତି ବେଶୀ ଆକୃଷ୍ଟ ଥିବାରୁ ଅନ୍ୟ ସାଙ୍ଗ ସହି ନପାରି ନିଜ ସାଙ୍ଗକୁ ପାଣି ଟାଙ୍କି ଉପରୁ ଠେଲି ଦେଇ ମାରି ଦେଇଥିଲା। ପୋଲିସ୍ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଲାଠିକଟା ର ଅଭିଷେକ ମଲ୍ଲିକ ଏବଂ କୁନା ଦାସ ଦୁଇ ସାଙ୍ଗ ଭଲ ପାଉଥିଲେ ଗୋଟିଏ ଝିଅକୁ। କିନ୍ତୁ ଝିଅଟି ଅଭିଷେକ କୁ ବେଶୀ ପସନ୍ଦ କରୁଥିଲା ଏବଂ ତା ପ୍ରତି ଆକୃଷ୍ଟ ମଧ୍ୟ ଥିଲା। ଏହି ଘନିଷ୍ଠତା କୁ କୁନା ସହି ପାରୁ ନଥିଲା। ନୂଆଁଖାଇ ଦିନ କୁନା ଦାସ ଏବଂ ଅଭିଷେକ ଲାଠିକଟା ବ୍ଲକ ଛକ ନିକଟ ତ୍ରିନାଥ କଲୋନୀ ରେ ଥିବା ଏକ ନିର୍ମାଣଧିନ ପାଣି
ଟାଙ୍କି ଉପରେ ଚଢ଼ି ମଦ୍ୟ ପାନ କରିଥିଲେ। ମଦ୍ୟପାନ କରୁଥିବା ବେଳେ ଉକ୍ତ ଝିଅ କୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା। ପୂର୍ବରୁ ଅଭିଷେକ ପ୍ରତି ହିଂସା କରୁଥିବା କୁନା ହଠାତ୍ ଅଭିଷେକ କୁ ୪୦ ଫୁଟ୍ ପାଣି ଟାଙ୍କି ଉପରୁ ତଳକୁ ପେଲି ଦେଇଥିଲା। ଅଭିଷେକ ତଳେ ପଡ଼ିଯିବା ପରେ କୁନା ସେଠାରୁ ପଳାଇ ଥିଲା। ଗତକାଲି ପୋଲିସ୍ ଅଭିଷେକ ର ମୃତ ଦେହ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ପରେ ସନ୍ଦେହ ହେବାରୁ କୁନା ଦାସ କୁ ଆଣି ପଚରା ଉଚୁରା କରିଥିଲେ। କୁନା ଅଭିଷେକ କୁ ଟାଙ୍କି ଉପରୁ।ପେଲି ଦେଇଥିବା ସ୍ୱୀକାର କରିବା ପରେ ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।