ରାଉରକେଲା : ୨୭ ତମ ରାଜ୍ୟ ସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତା ଉଦଯାପିତ।। ମୁଖ୍ୟ ଅତିଥି ପଶ୍ଚିମାଞ୍ଚଳ ଡିଆଇଜି ପଦକ ଏବଂ ପୁରଷ୍କାର ପ୍ରଦାନ କଲେ।
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ଉଦ୍ଯାପିତ
ରାଉରକେଲା : ୧୬/୯
(ସତ୍ୟାନ୍ୟୁଜ) ରାଉରକେଲାରେ ଉଦ୍ଯାପିତ ହୋଇଛି ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା। ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିଅମ୍ରେ ଆୟୋଜିତ ଏହି ପ୍ରତିଯୋଗିତାର ଉଦ୍ଯାପନୀ ସମାରୋହରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଛି।
ରାଉରକେଲା ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିଅମ୍ରେ ଚାଲିଥିବା ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାର ଉଦ୍ଯାପନୀ ସମାରୋହ ଓ ପୁରସ୍କାର ବିତରଣ ଉତ୍ସବ ସଫଳତାର ସହ ସମ୍ପନ୍ନ ହୋଇଛି।
ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ବ୍ରଜେଶ କୁମାର ରାୟ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପଦକ ଓ ପୁରସ୍କାର ପ୍ରଦାନ କରିଥିଲେ।
କମ୍ପାଉଣ୍ଡ ରାଉଣ୍ଡ ପୁରୁଷ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି କିସ୍ ଖୋର୍ଦ୍ଧାର ସାଗର ରାଇତା। ମହିଳା ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି କେନ୍ଦୁଝର ଡିଏଏର ସ୍ୱପ୍ନାରାଣୀ ବେହେରା।
ଇଣ୍ଡିଆନ୍ ରାଉଣ୍ଡ ପୁରୁଷ ବର୍ଗରେ କେନ୍ଦୁଝର ଡିଏଏର ସନ୍ତୋଷ ସିସା ଏବଂ ମହିଳା ବର୍ଗରେ କିସ୍ ଖୋର୍ଦ୍ଧାର କୌଶଲ୍ୟା ସିଂ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
ସେହିପରି, ରିକର୍ଭ ରାଉଣ୍ଡ ପୁରୁଷ ବର୍ଗରେ କେନ୍ଦୁଝର ଡିଏଏର ଅର୍ଜୁନ ଖରା ଏବଂ ମହିଳା ବର୍ଗରେ ଖୋର୍ଦ୍ଧାର ସୈନିକ ସ୍କୁଲ୍ ଭୁବନେଶ୍ୱରର ନୋମୁଲା ଲାବଣ୍ୟା ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ଏହି ପ୍ରତିଯୋଗିତାରେ ଜୁନିୟର ଓ ସିନିୟର ବର୍ଗର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ।
ସଫଳ ଆୟୋଜନ ପାଇଁ ଓଡ଼ିଶା ସରକାରଙ୍କ ଯୁବ ଓ କ୍ରୀଡ଼ା ବିଭାଗ, ଓଡ଼ିଶା ତୀରନ୍ଦାଜୀ ସଂଘ ଏବଂ ସୁନ୍ଦରଗଡ଼ ଜିଲ୍ଲା ତୀରନ୍ଦାଜ ସଂଘ ପକ୍ଷରୁ ସମସ୍ତ ବିଜେତା, ପ୍ରଶିକ୍ଷକ ଓ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଯାଇଛି।
ଆଉଟ୍ରୋ:
ତୀରନ୍ଦାଜୀ କ୍ଷେତ୍ରରେ ଓଡ଼ିଶାର ପ୍ରତିଭାବାନ୍ କ୍ରୀଡ଼ାବିତ୍ମାନଙ୍କୁ ଏହି ପ୍ରତିଯୋଗିତା ନୂଆ ପ୍ରୋତ୍ସାହନ ଯୋଗାଇଛି।