ରାଉରକେଲା : ଅଟୋ ରିକ୍ସା ଷ୍ଟ୍ରାଇକ ଯୋଗୁଁ ଯାତ୍ରୀ ହନ୍ତସନ୍ତ।। ଷ୍ଟେସନ୍ ପରିସର ରୁ ଅଟୋ ଷ୍ଟାଣ୍ଡ ଉଠାଇବା ପ୍ରତିବାଦରେ ଆନ୍ଦୋଳନ।
ରାଉରକେଲା : ୧୬/୯
(ସତ୍ୟାନ୍ୟୁଜ) ରାଉରକେଲା ରେଳ ଷ୍ଟେସନରେ ଅଟୋ ଚାଳକଙ୍କ ଆନ୍ଦୋଳନ ଯୋଗୁଁ ଯାତ୍ରୀ ହନ୍ତସନ୍ତ । ଅଟୋ ଚାଳକଙ୍କ ଧର୍ମଘଟ ଯୋଗୁଁ ରେଳ ଷ୍ଟେସନରୁ ଯାତାୟାତ କରିବାରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଷ୍ଟେସନ ପରିସରରୁ ଅଟୋଗୁଡ଼ିକୁ ହଟାଇବା ରେଳବାଇ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ ବିରୋଧ କରି ଅଟୋ ଚାଳକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ନିଜର ହକ୍ ଓ ଜୀବିକାର ସୁରକ୍ଷା ଦାବିରେ ଅଟୋ ଚାଳକମାନେ ଷ୍ଟେୟରିଂ ଛାଡ଼ି ଆନ୍ଦୋଳନରେ ବସିଛନ୍ତି। ପାର୍କିଂ ସ୍ଥାନରୁ ଅଟୋ ହଟାଇବା ନିଷ୍ପତ୍ତିକୁ ନେଇ ଚାଳକମାନଙ୍କ ମଧ୍ୟରେ ଅସନ୍ତୋଷ ଓ ଆକ୍ରୋଶ ବଢ଼ିବାରେ ଲାଗିଛି।
ଅଟୋ ଚଳାଚଳ ବନ୍ଦ ଥିବାରୁ ରେଳ ଷ୍ଟେସନରେ ପହଞ୍ଚୁଥିବା ଏବଂ ଷ୍ଟେସନରୁ ବାହାରୁଥିବା ଯାତ୍ରୀମାନେ ଅସୁବିଧା ଭୋଗ କରୁଛନ୍ତି। ଏହି ବିବାଦର ସମାଧାନ ପାଇଁ ରେଳ ପ୍ରଶାସନ ଓ ଅଟୋ ଚାଳକଙ୍କ ମଧ୍ୟରେ ଆଲୋଚନା ହୋଇ ଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସମାଧାନ ର ସୂତ୍ର ବାହାରି ପାରିନାହିଁ।