ସୁନ୍ଦରଗଡ଼ : ହାଇ ୱେ ରେ ଡକାୟତି ଯୋଜନା ପଣ୍ଡ କଲା ପୋଲିସ।। ୪ ଗିରଫ।। ପିସ୍ତଲ୍ , ଗୁଳି , ବାଇକ୍ , ମାସ୍କ ଆଦି ଜବତ।

0 159

ଡକାୟତି ଯୋଜନା ବେଳେ ପୁଲିସ ର ଚଢ଼ାଉ, ବନ୍ଧୁକ, ଗୁଳି ଓ ମାରଣାସ୍ତ୍ର ସହ ୪ ଗିରଫ
ସୁନ୍ଦରଗଡ଼:୧୩/୪(ସତ୍ୟାନ୍ୟୁଜ) ହାଇ ୱେ ରେ ଡକାୟତି କରିବାକୁ ଯୋଜନା ଚାଲିଥିଲା। ଠିକ୍ ସମୟରେ ମାଡ଼ି ବସିଲେ ପୋଲିସ୍। ପଣ୍ଡ ହୋଇ ହୋଇ ଯାଇଛି ଦୁର୍ବୃତ୍ତ ଙ୍କ ବଡ ଧରଣର ଡକାୟତି ଯୋଜନା।
ରବିବାର ବିଳମ୍ବିତ ରାତିରେ ସୁନ୍ଦରଗଡ ସଦର ଥାନା ପୋଲିସ ଧରିଛି ଏହି ଗ୍ୟାଙ୍ଗ ସଦସ୍ୟଙ୍କୁ। କୁମବାହାଲ ଛକ ନିକଟ ବିଜୁ ଏକ୍ସପ୍ରେସ ୱେ ରାସ୍ତା କଡ଼ରେ ଏକ ନିଛାଟିଆ ସ୍ଥାନରେ ୪ ଜଣ ଯୁବକ ଡକାୟତି ଯୋଜନା କରୁଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା । ଚଢ଼ଉ ବେଳେ ତାଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ୍, ୨ ଟି ଜୀବନ୍ତ ଗୁଳି, ଗୋଟିଏ ବୁଲେଟ୍ ମଟର ସାଇକେଲ , ଗୋଟିଏ ଇଭି ସ୍କୁଟର ସହିତ ଛୁରୀ, ଲୁହା ରଡ଼, ୬ଟି ମୁଖା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରି ଛନ୍ତି। ସେମାନଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସେମାନେ ଡକାୟତି ଯୋଜନା କରୁଥିବା ସ୍ବୀକାର କରିଥିବା ପୁଲିସ କହିଛି। ଆଜି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି ।

ଗିରଫ ୪ ଜଣ ହେଲେ ଏକାନ୍ତ ନାଏକ, ରୋହନ ପଟେଲ, ଅଙ୍କିତ ବେହେରା ଏବଂ ରିଅନ ନାଏକ । କିଛି ଦିନ ପୂର୍ବରୁ ସଦର ଥାନା ନବରଙ୍ଗପୁର ଏବଂ କରମଡିହି ଅଞ୍ଚଳ ରେ ହୋଇଥିବା ଡକାୟତି ଘଟଣା ରେ ଏମାନଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି । ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.