ସୁନ୍ଦରଗଡ଼ : ବଡ଼ଗାଁ ଥାନା ଅଞ୍ଚଳରେ ଜଳ ଭଣ୍ଡାର ରେ ବୁଡ଼ି ଯୁବକ ନିଖୋଜ।। ଉଦ୍ଧାର କାର୍ଯ୍ୟ ଜାରି।

0 184

ଜଳଭଣ୍ଡାରରେ ବୁଡ଼ି ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି।

ସୁନ୍ଦରଗଡ଼:୭/୪(ସତ୍ୟାନ୍ୟୁଜ) ବଡ଼ଗାଁ ଥାନା ଅନ୍ତର୍ଗତ ବରଙ୍ଗାକଛାର ଗାଁ ନିକଟସ୍ଥ ଜଳଭଣ୍ଡାରରେ ଗତକାଲି ଘଟିଛି ଏକ ଦୁର୍ଭାଗ୍ୟଜନକ ଘଟଣା। ଗାଧୋଇବାକୁ ଯାଇ ଜଣେ ଯୁବକ ବୁଡ଼ିଯାଇ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି।
ନିଖୋଜ ଯୁବକ ହେଲେ ରେଲୁଆବାହାର ଗ୍ରାମର ଶିବା ମାଝି। ସେ ଅନ୍ୟ ଚାରି ଜଣ ସହପାଠୀଙ୍କ ସହ ଗତକାଲି ଅପରାହ୍ନରେ ଜଳଭଣ୍ଡାରକୁ ଯାଇଥିଲେ।
ତିନି ଜଣ ସାଙ୍ଗ ଜଳଭଣ୍ଡାର ହୁଡ଼ାରେ ବସିଥିବାବେଳେ ଶିବା ପାଣିରେ ପଶି ଗାଧୋଇବା ଆରମ୍ଭ କରିଥିଲେ। ଅପରାହ୍ନ ସାଢ଼େ ଚାରିଟା ସମୟରେ ହଠାତ୍ କୁଆପଥର ମାଡ ସହ ବର୍ଷା ଆରମ୍ଭ ହୋଇଥିଲା।

ଏହି ସମୟରେ ଶିବା ହଠାତ୍ ପାଣିରେ ବୁଡ଼ିଯାଇଥିବା ଦେଖି ସାଙ୍ଗମାନେ ଭୟଭୀତ ହୋଇ ତୁରନ୍ତ ଗ୍ରାମବାସୀଙ୍କୁ ଖବର ଦେଇଥିଲେ।
ଖବର ପାଇ ବଡ଼ଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ, କିନ୍ତୁ ଯୁବକଙ୍କ କୌଣସି ପତ୍ତା ପାଇ ନଥିଲେ।
ଅନ୍ଧାର ହୋଇଯାଇଥିବାରୁ ଗତକାଲି ରାତିରେ ସର୍ଚ୍ଚ ଅପରେସନ୍ ବନ୍ଦ କରାଯାଇଥିଲା। ଆଜି ପୁଣି ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।
ଏପର୍ଯ୍ୟନ୍ତ ଯୁବକଙ୍କ କୌଣସି ଖୋଜଖବର ମିଳିନାହିଁ। ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବିଭାଗ ତରଫରୁ ଉଦ୍ଧାର ଉଦ୍ୟମ ଜାରି ରହିଛି

Leave A Reply

Your email address will not be published.