ରାଉରକେଲା : ଟ୍ରାଫିକ ମାର୍କେଟ ଅଗ୍ନିକାଣ୍ଡରେ ଦୋକାନ ଭିତରେ ପୋଡ଼ି ହୋଇ ଗଲେ ଛଅ ଟି ଛୁଆ।। ଜଗି ରହିଛି ମା କୁକୁର।

0 101

ରାଉରକେଲା:୮/୪(ସତ୍ୟାନ୍ୟୁଜ) ଅଗ୍ନିକାଣ୍ଡରେ ଛ ଟି ଛୁଆ କୁ ହରାଇ ମା କୁକୁର ଟି ପୋଡ଼ି ଯାଇଥିବା ଘର ଆଗରେ ଶୋଇ ରହିଛି। ଆଖିରେ ଲୁହ। ମା କୁକୁର ଟି ର ଦୁଃଖରେ ସ୍ଥାନୀୟ ଲୋକ ମାନେ ମଧ୍ୟ ମ୍ରିୟମାଣ । ଏହି ଘଟଣା ଆଜି ଭୋରୁ ଦେଖିବାକୁ ମିଳିଥିଲା ରାଉରକେଲା ଟ୍ରାଫିକ ଗେଟ୍ ମାର୍କେଟ ଅଞ୍ଚଳରେ। ଗତକାଲି ରାତି ୩ ଟା ବେଳେ ଟ୍ରାଫିକ ମାର୍କେଟ ତାରିଣୀ ମନ୍ଦିର ନିକଟରେ ଥିବା ଦୋକାନ ଗୁଡିକରେ ହଠାତ୍ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡରେ ୫ ଟି ଦୋକାନ ଭସ୍ମୀଭୂତ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ପୋଡ଼ି ଯାଇଥିଲା। ତେବେ ଏହି ଅଗ୍ନିକାଣ୍ଡ ସମୟରେ ଏକ ପୂଜା ସାମଗ୍ରୀ ଦୋକାନ କଡ଼ରେ ଏକ କୁକୁର ନିଜ ୬ଟି ଛୁଆ ସହ ଶୋଇ ଥିଲା। ହଠାତ୍ ନିଆଁ ଲାଗି ଯିବାରୁ ନିଜ ଛୁଆଙ୍କୁ ବାହାର କରି ପାରିଲା ନାହିଁ ମା କୁକୁର। ଆଖି ଆଗରେ ଜଳି ଗଲେ ଛଅ ଟି ଛୁଆ। ମା କୁକୁରଟି ପୋଡ଼ି ଯାଇଥିବା ଘରକୁ ଅନାଇ ବସିଛି। ମଣିଷ ହେଉ କି କୁକୁର ମାର ମମତା ଅମୁଲ୍ୟ।

Leave A Reply

Your email address will not be published.