ରାଉରକେଲା:୮/୪(ସତ୍ୟାନ୍ୟୁଜ) ପୋଲିସ୍ – ପବ୍ଲିକ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ଲାଗି ଏବେ ରାଉରକେଲା ସହରର ବିଭିନ୍ନ ଥାନା ଅଞ୍ଚଳରେ ଚାଲିଛି ‘ ଆମ ପୋଲିସ୍ ‘ ବୈଠକ କାର୍ଯ୍ଯକ୍ରମ। ଏହି ବୈଠକ ରେ ପୋଲିସ୍ ଏବଂ ସ୍ଥାନୀୟ ଅଞ୍ଚଳରେ ଲୋକ ମାନେ ନିଜ ନିଜ ମଧ୍ୟରେ ବାର୍ତ୍ତାଳାପ କରି ପୋଲିସ୍ ଏବଂ ଜନସାଧାରଣ ମଧ୍ୟରେ ସୁସମ୍ପର୍କ କିପରି ରକ୍ଷା କରାଯାଇ ପାରିବ ସେ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏହା ସହ ପ୍ଲାଣ୍ଟ ସାଇଟ୍ ଥାନା ପକ୍ଷରୁ ଡେଲି ମାର୍କେଟ ଟାଉନ୍ ହାଇ ସ୍କୁଲ ରେ ଛାତ୍ରଛାତ୍ରୀ ମାନଙ୍କ ସହ ଏକ ବୈଠକ ଆୟୋଜିତ ହୋଇଥିଲା। ନୂତନ ଭାବେ ପ୍ରଣୟନ କରା ଯାଇଥିବା ଭାରତୀୟ ନ୍ୟାୟ ସଂହିତା ଉପରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝା ଯାଇଥିଲା। ସ୍କୁଲ ର ସପ୍ତମ , ଅଷ୍ଟମ , ନବମ , ଦଶମ ର ଛାତ୍ର ଛାତ୍ରୀ ମାନେ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଜୋନାଲ ଡିଏସପି ଯତୀନ୍ଦ୍ର ନାଥ ସେଠୀ , ପ୍ଲାଣ୍ଟ ସାଇଟ୍ ଥାନା ଇନ୍ସପେକ୍ଟର ବିବଛ ପ୍ରଧାନ , ପୂର୍ବତନ ନଗରପାଳ କାଳନ୍ଦୀ
ବଡଜେନା , ସତ୍ୟାନନ୍ଦ ମହାନ୍ତି , ସୁନାକର ନାୟକ , ରଞ୍ଜିତ୍ ନାୟକ , ଆର୍ତ୍ତତ୍ରାଣ ଜେନା , ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।