ରାଉରକେଲା:୭/୪(ସତ୍ୟାନ୍ୟୁଜ) ଚାନ୍ଦିପୋଷ ଥାନା ପଛ ପଟେ ଯାଇ ଥିବା ରେଲୱେ ଗ୍ରୀଡ଼ ରେ ଗତକାଲି ରାତି ପ୍ରାୟ ୧୧ଟା ରେ ନିଆଁ ଲାଗି ଯାଇଥିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଳମ୍ବିତ ରାତିରେ ହଠାତ ବିସ୍ପୋରଣ ହେବା ପରେ କୌଣସି ଅଘଟଣ ହେବା ସନ୍ଦେହ କରି ଚାନ୍ଦିପୋଷ ପୋଲିସ ଟିମ୍ ବିସ୍ଫୋରଣ ସ୍ଥଳ କୁ ବାହାରିଥିଲେ। ପରେ ଖୋଜା ଖୋଜି କରୁ ଥିବା ବେଳେ ରେଲୱେ ଗ୍ରୀଡ଼ ରେ ନିଆଁ ଲାଗି ଥିବାର ଜାଣି ପାରିଥିଲେ। ତୁରନ୍ତ ଚାନ୍ଦିପୋଷ ପୋଲିସ ଅଗ୍ନିଶମ ବିଭାଗ କୁ ଖବର ଦେଇ ଥିଲେ। ଲହୁଣୀ ପଡା ଅଗ୍ନିଶମ ବିଭାଗ ଆସି ନିଆକୁ ଆୟତ୍ତ କରିପାରି ନଥିଲେ। ରାଉରକେଲା ଏବଂ ବଣାଇ ରୁ ତିନୋଟି ଫାୟାର ଟିମ୍ ପହଞ୍ଚି ଦୀର୍ଘ ୪ ଘଣ୍ଟା ପରିଶ୍ରମ କରି ନିଆ ଆୟତ୍ତ କରି ଥିବା ବେଳେ ବିସ୍ଫୋରଣ କାରଣ ସମ୍ପର୍କରେ ତଦନ୍ତ କରୁଛନ୍ତି। ରେଳ ବିଭାଗର ଏ ବାବଦରେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।