ରାଉରକେଲା : ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ଅବକାରୀ ଅଧୀକ୍ଷକ।। ଧରିଲେ ରାଉରକେଲା ଭିଜିଲାନ୍ସ ଟିମ୍।

0 55

୫ ଲକ୍ଷ ଟଙ୍କା ଲାଞ୍ଚ ଟଙ୍କା ସହ ରାଉରକେଲା ଅବକାରୀ ଅଧୀକ୍ଷକ ଧରାପଡ଼ିଲେ
ରାଉରକେଲା: ୧୨/୯
(ସତ୍ୟାନ୍ୟୁଜ) ୫ ଲକ୍ଷ ଟଙ୍କାର ଲାଞ୍ଚ ଟଙ୍କା ମାମଲାରେ ରାଉରକେଲା ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ଙ୍କୁ ଓଡ଼ିଶା ଭିଜିଲାନ୍ସ ଧରିଛି।
ଅବକାରୀ ଲାଇସେନ୍ସ ଧାରୀଙ୍କ ଠାରୁ ବିପୁଳ ପରିମାଣର ଲାଞ୍ଚ ଟଙ୍କା ସଂଗ୍ରହ ହେଉଥିବା ନେଇ ଭିଜିଲାନ୍ସକୁ ବିଶ୍ୱସନୀୟ ସୂତ୍ର ରୁ ସୂଚନା ମିଳିଥିଲା।
ସୂଚନା ଆଧାରରେ ଶୁକ୍ରବାର ଭିଜିଲାନ୍ସ ଟିମ୍ ଅବକାରୀ ଅଧୀକ୍ଷକଙ୍କ ଉପରେ ନଜର ରଖିଥିଲା।
ଏହି ସମୟରେ ଏକ ସ୍ଥାନୀୟ ମଦ ଦୋକାନର ସେଲ୍ସମ୍ୟାନ୍ ଏକ ସ୍କର୍ପିଓରେ ୫ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ, ଉଦିତନଗର ସ୍ଥିତ ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭିଜିଲାନ୍ସ ଟିମ୍ ଗାଡ଼ିକୁ ଅଟକାଇଥିଲା।
ତଲାସୀ ବେଳେ ଗାଡ଼ିରୁ ମିଳିଥିଲା ନଗଦ ୫ ଲକ୍ଷ ଟଙ୍କା।
ଭିଜିଲାନ୍ସ ଅଧିକାରୀଙ୍କ ପଚରାଉଚରା ବେଳେ ସେଲ୍ସମ୍ୟାନ୍ କହିଥିଲେ ଯେ, ଏହି ଟଙ୍କା ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼ ତାଙ୍କୁ ଦେଇଥିଲେ ଏବଂ ତାଙ୍କ ଘରେ ପହଞ୍ଚାଇବାକୁ କହିଥିଲେ।
ଭିଜିଲାନ୍ସ ସମ୍ମୁଖରେ ଅଧୀକ୍ଷକ ବରାଡ଼ ମଧ୍ୟ ଟଙ୍କା ସମ୍ପର୍କରେ ସ୍ୱୀକାର କରିଥିବା ବେଳେ, ୫ ଲକ୍ଷ ଟଙ୍କାର କୌଣସି ସନ୍ତୋଷଜନକ ହିସାବ ଦେଇପାରିନଥିଲେ। ପରେ ଭିଜିଲାନ୍ସ ଟଙ୍କାକୁ ଜବତ କରିଛି।

ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୧୨, ତାରିଖ ୧୧ ସେପ୍ଟେମ୍ବର ୨୦୨୬ ରୁଜୁ ହୋଇଛି।
ପ୍ରିଭେନ୍ସନ୍ ଅଫ୍ କରପସନ୍ ଆକ୍ଟର ଧାରା ୧୩(୨) ସହିତ ୧୩(୧)(ବି) ଅନୁସାରେ ମାମଲା ରୁଜୁ କରାଯାଇଛି।
ଏହା ସହିତ ଆୟବହିର୍ଭୂତ ସମ୍ପତ୍ତି ବାବଦରେ ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଓ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଓ ତଲାସୀ ଆରମ୍ଭ ହୋଇଛି।
ଘଟଣାର ତଦନ୍ତ ଜାରି ରହିଛି। ଆଗକୁ ଏହି ମାମଲାରେ ଆହୁରି କଣ ତଥ୍ୟ ସାମ୍ନାକୁ ଆସୁଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.