ରାଉରକେଲା : ବ୍ରାହ୍ମଣୀ ନଦୀକୁ ଡେଇଁ ଯୁବକ ନିଖୋଜ।। ଓଡ଼୍ରାଫ୍ ଟିମ୍ ର ସର୍ଚ୍ଚ ଅପରେସନ ଜାରି।। କାରଣ ଅସ୍ପଷ୍ଟ।

0 99

ବ୍ରାହ୍ମଣୀ ବ୍ରିଜ୍‌ରୁ ଭରା ନଦୀକୁ ଡେଇଁ ଯୁବ ବ୍ୟବସାୟୀ ନିଖୋଜ। ଓଡ଼୍ରାଫ୍ ଟିମ୍ ର ସର୍ଚ୍ଚ ଅପରେସନ ଜାରି।

ରାଉରକେଲା : ୧୧/୯
(ସତ୍ୟାନ୍ୟୁଜ) ରାଉରକେଲା ନୂଆ ବ୍ରାହ୍ମଣୀ ବ୍ରିଜ୍‌ରେ ଶୁକ୍ରବାର ପୂର୍ବାହ୍ନରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା।
ସୂଚନା ଅନୁସାରେ, ପ୍ରାୟ ଦିନ ୧୧ଟା ସମୟରେ ବ୍ରିଜ୍‌ ଉପରେ ଏକ ହଳଦିଆ ରଙ୍ଗର କାର ଆସି ଅଟକିଥିଲା। କାରରୁ ଜଣେ ଯୁବକ ଓ ଜଣେ ଯୁବତୀ ଓହ୍ଲାଇଥିଲେ। ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ବଚସା ହୋଇଥିବା କୁହାଯାଉଛି।
ଘଟଣାସ୍ଥଳରେ ଥିବା ଲୋକମାନେ କିଛି ବୁଝିବା ପୂର୍ବରୁ ଯୁବକ ଜଣକ ହଠାତ୍ ନିଜ ମୋବାଇଲ୍‌ ସହ ବ୍ରାହ୍ମଣୀ ନଦୀକୁ ଡେଇଁ ପଡ଼ିଥିବା କୁହା ଯାଉଛି।
ତାଙ୍କୁ ରୋକିବା ପାଇଁ ଯୁବତୀ ଜଣକ ମଧ୍ୟ ନଦୀକୁ ଡେଇଁବାକୁ ଚେଷ୍ଟା କରିଥିବା ବେଳେ ସେଥିରେ ସଫଳ ହୋଇନଥିବା କୁହାଯାଉଛି। ଘଟଣା ପରେ ବ୍ରିଜ୍‌ ଉପରେ ଲୋକଙ୍କ ଭିଡ଼ ଜମିଥିଲା।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କଠାରୁ ଘଟଣା ସମ୍ପର୍କରେ ଜାଣିବାକୁ ଚେଷ୍ଟା କରି ଥିଲେ। ନଦୀରେ ଡେଇଁଥିବା ବ୍ୟକ୍ତି ସିଭିଲ୍‌ ଟାଉନ୍‌ସିପ ଅଞ୍ଚଳର ଠିକାଦାର ତଥା ବ୍ୟବସାୟୀ ଶିବରାମ ସାହୁ ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡିଛି।
ଶିବରାମ ନଦୀକୁ କାହିଁକି ଡେଇଁ ପଡ଼ିଲେ ସେ ବାବଦରେ କିଛି ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ଓଡ଼୍ରାଫ୍ ଟିମ୍ ନଦୀ ମଧ୍ୟରେ ଖୋଜାଖୋଜି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କ ପତ୍ତା ମିଳି ନାହିଁ। ଆସନ୍ତାକାଲି ସକାଳୁ ଓଡ଼୍ରାଫ୍ ଟିମ୍ ପକ୍ଷରୁ ପୁଣି ସର୍ଚ୍ଚ ଅପରେସନ କରାଯିବ।

Leave A Reply

Your email address will not be published.