ରାଉରକେଲା: ଏଡଲ୍ଟ ୱେବ୍ ସିରିଜ୍ ଆକ୍ଟ୍ରେସ ଟିନା ନନ୍ଦୀ ସର୍କିଟ ହାଉସ୍ ଭିଡିଓ ଭାଇରାଲ୍।। ପୋଲିସ୍ ସ୍କାନର୍ ରେ ସହରର ପ୍ରଭାବଶାଳୀ ଗୋଷ୍ଠୀ।

0 110

ରାଉରକେଲା : ୧୧/୯(ସତ୍ୟାନ୍ୟୁଜ) ରାଉରକେଲା ସର୍କିଟ ହାଉସ୍ ପୁଣି ଚର୍ଚ୍ଚାରେ। ଜଣେ ସୋସିଆଲ ମିଡିଆ influencer ଟିନା ନଦୀଙ୍କ ଙ୍କ ଏକ ଭାଇରାଲ ଭିଡିଓ ଏହି ଚର୍ଚ୍ଚା ଆଣି ଦେଇଛି। ସେ ତାଙ୍କ ଭିଡିଓ ରେ ନୂତନ ସର୍କିଟ ହାଉସ୍ କୁ ପ୍ରଶଂସା କରି ଥିବାର ଦେଖାଯାଉଛି। ଏହା ଛଡା ଜଣେ ଏସପି ଏବଂ ତାଙ୍କ ପୁଅ ତାଙ୍କୁ ଦେଖା କରିବାକୁ ଆସିବେ ବୋଲି କହିଛନ୍ତି। ଏହା ଏକ ସମ୍ବେଦନଶୀଳ ଭିଡିଓ ଭର୍ସନ ଥିବାରୁ ଆମେ ଏହାର ଯାଞ୍ଚ କରି ଥିଲୁ। ଯାଞ୍ଚ ଅନୁଯାୟୀ ଟିନା ଯେଉଁ ଏସପି ଙ୍କ ନାମ କହୁଛନ୍ତି ସେ ଜଣେ ପରଲୋକଗତ ଅବସରପ୍ରାପ୍ତ ଭିଜିଲାନ୍ସ ଏସପି ଥିଲେ । ତାଙ୍କ ପୁଅ ଆଶିଷ ମହାନ୍ତି ତାଙ୍କୁ ଆଣି ଏଠାରେ ରଖିଥିଲେ। ଅବସରପ୍ରାପ୍ତ ଏସପି ଙ୍କ ପୁଅ ର ଜଣେ ବ୍ୟବସାୟୀ ବନ୍ଧୁ ଏଡୱିନ୍ ମାର୍ଟିନ ନାୟାର ଙ୍କ ଗୋଲ୍ଡ ପ୍ରଡକ୍ଟ ପ୍ରମୋଟ କରିବାକୁ ଟିନା ଏଠାରେ ରହିଥିଲେ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସର୍କିଟ ହାଉସ୍ ଭଳି ଏକ ସରକାରୀ ଗେଷ୍ଟ ହାଉସ ରେ ତାଙ୍କୁ କାହା ସୁପାରିସ ରେ ରଖା ଯାଇଥିଲା ତାର ତଦନ୍ତ ହେବା ଆବଶ୍ୟକ। ଟିନା ଝାରସୁଗୁଡ଼ା ଏଆରପୋର୍ଟ ରୁ ଏକ ଅଡି କାର ରେ ରାଉରକେଲା ଆସିଥିଲେ। ଏବେ ପୋଲିସ ଅଡି କାର ମାଲିକ ଶୁଭେନ୍ଦୁ ପଣ୍ଡା ଏବଂ ଆଶିଷ ମହାନ୍ତି ଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ଟ୍ରେଡିଙ୍ଗ କମ୍ପାନୀ ଡାଇରେକ୍ଟର ଏଡୱିନ୍ ନାୟାର ଫେରାର ଅଛନ୍ତି।

ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ସେପ୍ଟେମ୍ବର ୧୦ ତାରିଖ ୨୦୨୬ରେ ଟିନା ନନ୍ଦୀଙ୍କ ଏକ ଭିଡିଓ ଭାଇରାଲ୍ ହେଲା
ସେହି ଭିଡିଓରେ ଟିନା କହିଥିଲେ ଯେ, ୧ ଡିସେମ୍ବର ୨୦୨୫ରେ ସେ ରାଉରକେଲା ସର୍କିଟ୍ ହାଉସ୍‌ରେ ରହିଥିଲେ।
ଭିଡିଓରେ ସେ ଏହା ମଧ୍ୟ କହିଥିଲେ ଯେ, ସେ ଏସ୍‌ପିଙ୍କୁ ଭେଟିବାକୁ ଥିଲେ ଏବଂ ଏସ୍‌ପିଙ୍କ ପୁଅଙ୍କ ସହ ତାଙ୍କର ବୈଠକ ଥିଲା।
ଏହାର ସତ୍ୟାସତ୍ୟ ଆମେ ଯାଞ୍ଚ କରିଥିଲୁ। ଟିନା ରାଉରକେଲା ଆସିଥିଲେ କଚେରୀ ରୋଡ୍‌ରେ ଥିବା ‘ଗହନା ଟ୍ରେଡ୍ ଗୋଲ୍ଡ ପ୍ରାଇଭେଟ୍ ଲିମିଟେଡ୍’ର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପାଇଁ।
କମ୍ପାନୀ ର ଡାଇରେକ୍ଟର ଆଡ୍‌ୱିନ୍ ମାର୍ଟିନ୍ ନାୟାର ଟିନାଙ୍କ ସହ କଥା ହୋଇ ତାଙ୍କୁ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ଡାକିଥିଲେ।
ଟିନାଙ୍କ ପାଇଁ ସର୍କିଟ୍ ହାଉସ୍‌ରେ ରୁମ୍ କରାଇବା ପାଇଁ ଆଶିଷ ମହାନ୍ତିଙ୍କ ସହ ଯୋଗାଯୋଗ କରାଯାଇଥିଲା।
ଆଶିଷ ମହାନ୍ତି ହେଉଛନ୍ତି ବ ପୂର୍ବତନ ଭିଜିଲାନ୍ସ ଏସ୍‌ପି ସ୍ୱର୍ଗତ ପ୍ରସନ୍ନ କୁମାର ମହାନ୍ତିଙ୍କ ପୁଅ। ପ୍ରସନ୍ନ କୁମାର ମହାନ୍ତିଙ୍କର କୋଭିଡ୍ ସମୟରେ ଦେହାନ୍ତ ହୋଇଥିଲା।
ଟିନା ଝାରସୁଗୁଡ଼ା ବିମାନବନ୍ଦରରୁ ରାଉରକେଲା ଶୁଭେନ୍ଦୁ ପଣ୍ଡାଙ୍କ ଅଡି କାର୍‌ରେ ଆସିଥିଲେ।
ଟିନାଙ୍କୁ ଝାରସୁଗୁଡ଼ା ବିମାନବନ୍ଦରରୁ ରାଉରକେଲା ଆଣିବା ପାଇଁ ଶୁଭେନ୍ଦୁ ପଣ୍ଡାଙ୍କୁ ଆଶିଷ ମହାନ୍ତି ହିଁ କହିଥିଲେ।
ସର୍କିଟ୍ ହାଉସ୍‌ରେ ରୁମ୍ ପାଇଁ ସେଠାକାର କର୍ମଚାରୀ ଅଭିଷେକ ଦାସଙ୍କ ମାଧ୍ୟମରେ କଥା ହୋଇଥିଲା।
ସେହିଦିନ ଟିନା ସର୍କିଟ୍ ହାଉସ୍‌ରେ ଥିଲେ।
ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଟ୍ରେଡିଂ କମ୍ପାନୀ ଡାଇରେକ୍ଟର ଏଡୱିନ୍ ନାୟାର ଫେରାର ଅଛନ୍ତି।

Leave A Reply

Your email address will not be published.