ରାଜଗାଙ୍ଗପୁର : ବସ୍ ଧକ୍କାରେ ବାଇକ୍ ଆରୋହୀ ମୃତ।। ମୃତକ ଭାଲୁଦୁମା ର ମିଟୁ ଲାକ୍ରା।

0 102

ଭାଲୁଦୁମାରେ ବସ୍ ଚକା ତଳେ ଚାଲିଗଲା ଜୀବନ, ବାଇକ୍ ଆରୋହୀ ମୃତ
ରାଜଗାଙ୍ଗପୁର, ୩/୯ (ସତ୍ୟାନ୍ୟୁଜ୍ ଆଲର୍ଟ): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅଧୀନ ଭାଲୁଦୁମାରେ ଗୁରୁବାର ସକାଳେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଯାତ୍ରୀବାହୀ ବସ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟି ଥିବା ଜଣା ପଡିଛି।
ମୃତକ ହେଲେ ୪୨ ବର୍ଷୀୟ ମିଟୁ ଲାକ୍ରା । ସେ ରାଜଗାଙ୍ଗପୁର ଥାନା ଅଧୀନ ଭିକାପଡ଼ା, କୁଟନିଆ ଗ୍ରାମର ସ୍ୱର୍ଗତ କାଲୋ ଲାକ୍ରାଙ୍କ ପୁଅ ବୋଲି ଜଣାପଡ଼ିଛି।
ପ୍ରାଥମିକ ସୂଚନା ଅନୁଯାୟୀ, ସକାଳେ ମୁଖ୍ୟମନ୍ତ୍ରୀ ବସ୍ ସେବାର ଗାଡ଼ି ଟି ବାଇକ୍ ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ ମିଟୁ ଗୁରୁତର ଆହତ ହୋଇଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଖବର ପାଇ ରାଜଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକ ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
କେଉଁ ପରିପେକ୍ଷୀରେ ଦୁର୍ଘଟଣା ଘଟିଲା ପୋଲିସ୍ ତାର ତଦନ୍ତ କରୁଛି ।

Leave A Reply

Your email address will not be published.