ରାଉରକେଲା : ରାମନବମୀ ରେ ମୁତୟନ ହେବେ ୨୦ ପ୍ଲାଟୁନ୍ ପୋଲିସ।। ୧୦୦ ସି ସି ଟିଭି କ୍ୟାମେରା , ୪ ଡ୍ରୋନ୍ ନଜର ରଖିବ ଶୋଭାଯାତ୍ରା ଉପରେ।

0 104

ରାଉରକେଲା:୨୫/୩(ସତ୍ୟାନ୍ୟୁଜ) ରାମ ନବମୀ ପର୍ବ ପାଳନ ପାଇଁ ମୁତୟନ ହେବେ ୨୦ ପ୍ଲାଟୁନ୍ ପୋଲିସ । ପୂଜା ଏବଂ ଶୋଭାଯାତ୍ରା ଉପରେ ନଜର ରଖିବ ୧୦୦ ସି ସି ଟିଭି କ୍ୟାମେରା। ଏହା ଛଡା ଶୋଭାଯାତ୍ରା ବେଳେ ୪ ଟି ଡ୍ରୋନ୍ କ୍ୟାମେରା ମଧ୍ୟ ବ୍ୟବହାର କରାଯିବ। ୨୭ ଏବଂ ୨୮ ତାରିଖ ଦୁଇ ଦିନ ସହରର ସମସ୍ତ ମଦ ଦୋକାନ ବନ୍ଦ ରହିବ। ଏହି କଥା ଆଜି କହିଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ। ରାଉରକେଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ରାମ ନବମୀ ପ୍ରସ୍ତୁତି ବୈଠକ ରେ ଏସପି ନୀତେଶ
ୱାଧୱାନି, ଉପଜିଲ୍ଲାପାଳ ବିଜୟ କୁମାର ନାୟକ ଏବଂ ବରିଷ୍ଠ ପୋଲିସ୍ ଅଧିକାରୀ ମାନେ ଉପସ୍ଥିତ ଥିଲେ। ସହରର ବିଭିନ୍ନ ଆଖଡ଼ା କମିଟି ର ସଦସ୍ୟ , ଇଣ୍ଟିଗ୍ରେସନ୍ ଫୋରମ୍ ସଦସ୍ୟ , ଶାନ୍ତି କମିଟି ର ସଦସ୍ୟ ମାନେ ଏହି ବୈଠକରେ ଶାନ୍ତି ଶୃଙ୍ଖଳା ସହ ରାମ ନବମୀ ପାଳନ ଉପରେ ଗୁରୁତ୍ବ ଦେଇଥିଲେ।

Leave A Reply

Your email address will not be published.