ସୁନ୍ଦରଗଡ଼ : ଗ୍ୟାସ୍ ମିଳୁ ନଥିବାରୁ ରାଜପଥ ଅବରୋଧ।। ଉତ୍କଟ ଗ୍ୟାସ୍ ଅଭାବରୁ ଚୁଲି ବନ୍ଦ।

0 147

ସୁନ୍ଦରଗଡ:୨୫/୩(ସତ୍ୟାନ୍ୟୁଜ)
ଜାଳେଣି ଗ୍ୟାସ ପାଇଁ ରାସ୍ତା ରୋକ। ଏପରି ସ୍ଥିତି ଦେଖିବାକୁ ମିଳିଛି ସୁନ୍ଦରଗଡରେ । ସହରର ବାଇପାସ୍ ରାସ୍ତା ରେ ଥିବା ଇଣ୍ଡେନ ଗ୍ୟାସ ଗୋଦାମ ନିକଟରେ ରାଜପଥରେ ସିଲିଣ୍ଡର ରଖି ରାସ୍ତା ଅବରୋଧ କରିଛନ୍ତି ଖାଉଟି । ଗତ ୪ ଦିନ ହେଲା ମିଳୁନାହିଁ ଗ୍ୟାସ୍ । ଘରେ ରୋଷେଇ କରିବାକୁ ସକାଳ ୪ଟା ରୁ ଆସି ଲୋକେ ଗ୍ୟାସ୍ ଦୋକାନ ଆଗରେ ଲାଇନ୍ ଲଗାଉଛନ୍ତି । ପ୍ରତିଦିନ ଖାଲି ହାତରେ ଫେରିବା ଯୋଗୁଁ ଆଜି ଅସନ୍ତୋଷ ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଗ୍ରାହକ ମାନେ ୧୦ ନମ୍ବର ରାଜ୍ୟ ରାଜପଥ କୁ ଅବରୋଧ କରିଥିଲେ । ଫଳରେ ଉଭୟ ପାର୍ଶ୍ବ ରେ ଶହ ଶହ ଗାଡ଼ି ମଟର ଅଟକି ରହି ଯାଇଥିଲା । ଗ୍ୟାସ ନମିଳିବା ଯାଏଁ ରାସ୍ତା ରୋକ୍ ରୁ ହଟିବୁ ନାହିଁ ବୋଲି ଖାଉଟି ମାନେ ଜିଦ୍ ଧରିଥିଲେ । ସ୍ଥିତି ଏମିତି ହୋଇ ଗଲାଣି ଯେ ଘରେ ଗ୍ୟାସ ନଥିବାରୁ ଚୁଲି ବନ୍ଦ ହୋଇ ଯାଇଛି । ପରେ ପୋଲିସ ଆସି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

Leave A Reply

Your email address will not be published.