ରାଉରକେଲା:ଉଦୟଗାମୀ ସୂର୍ଯ୍ୟଙ୍କୁ ଦ୍ୱିତୀୟ ଅର୍ଘ୍ୟ ଦେବା ସହ ଚଇତି ଛଟ୍ ପୂଜା ସମାପନ।। ବିଭିନ୍ନ ନଦୀ ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ।

0 105

ରାଉରକେଲା:୨୫/୩(ସତ୍ୟାନ୍ୟୁଜ)
ଲୋକ ଆସ୍ଥାର ମହାପର୍ବ ଚୈତୀ ଛଠ ପୂଜା ରାଉରକେଲାରେ ବହୁ ଧୁମଧାମରେ ପାଳିତ ହୋଇ ଯାଇଛି। ଏହି ଅବସରରେ ରାଉରକେଲା ପ୍ରଶାସନ ଓ ପୁଲିସ ପ୍ରଶାସନର ପୂର୍ଣ୍ଣ ସହଯୋଗ ରେ ଶାନ୍ତି ଶୃଙ୍ଖଳା ସହ ଛଟ ପର୍ବ ସମାପନ ହୋଇଛି। ଶ୍ରଦ୍ଧାଳୁ ଏବଂ ପ୍ରଶାସନ ମଧ୍ୟରେ ସମନ୍ୱୟ ରଖିବାରେ କେନ୍ଦ୍ରୀୟ ଛଠ ପୂଜା ସମିତି ଏକ ମୁଖ୍ୟ ସେତୁ ଭାବେ କାମ କରୁଛି।
ରୁପୁଟୋଲା ଆଦର୍ଶ ଛଠ ଘାଟରେ ‘ଦୁତ’ ସଂସ୍ଥା ପକ୍ଷରୁ ଆଲୋକ, ପାଣି ଏବଂ ପାର୍କର ପରିଚ୍ଛନ୍ନତା ସୁବ୍ୟବସ୍ଥା କରାଯାଇ ଥିଲା। ସେହିପରି ବେଦବ୍ୟାସ ମନ୍ଦିର ଘାଟରେ ସ୍ୱର୍ଣ୍ଣକାର ଯୁବ ମଞ୍ଚ ପକ୍ଷରୁ ଛଟ୍ ପର୍ବ ପାଇଁ ଖୁବ ସୁନ୍ଦର ବ୍ୟବସ୍ଥା କରାଯାଇଛି।
ଉତ୍ତର ଭାରତୀୟ ସମନ୍ୱୟ ସମିତିର ସଦସ୍ୟମାନେ ମଧ୍ୟ ଏହି ପବିତ୍ର ପର୍ବରେ ସକ୍ରିୟ ସହଯୋଗ ଦେଉଛନ୍ତି। ରାଉରକେଲା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ସମସ୍ତ ଜନପ୍ରତିନିଧିଙ୍କର ମଧ୍ୟ ବ୍ୟାପକ ସହଯୋଗ ମିଳୁଛି।
ଏହି ଅବସରରେ କେନ୍ଦ୍ରୀୟ ଛଠ ପୂଜା ସମିତିର କୋ-ଓର୍ଡିନେଟର କୃଷ୍ଣା ସାହୁଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଉପେନ୍ଦ୍ର ଚୌବେଙ୍କୁ ସମାଜିକ କାର୍ଯ୍ୟରେ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଛଠ ପୂଜା ସମିତିର ବେଦ ପ୍ରକାଶ ତିୱାରୀ, ଅଶୋକ ପାଠକ, ଓପି ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱର୍ଣ୍ଣକାର ଯୁବ ମଞ୍ଚର ସଚିବ ରଞ୍ଜୟ ପ୍ରସାଦ ଶ୍ରଦ୍ଧାଳୁ ମାନଙ୍କୁ ଚୈତୀ ଛଠ ପୂଜାର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ।

Leave A Reply

Your email address will not be published.