ରାଜଗାଙ୍ଗପୁର:୨୪/୩
(ସତ୍ୟାନ୍ୟୁଜ) ଶାନ୍ତି ଶୃଙ୍ଖଳା ସହ ରାମନବମୀ ପର୍ବ ପାଳନ ପାଇଁ ରାଜଗାଙ୍ଗପୁର ରେ ଆଜି ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସୁନ୍ଦରଗଡ଼ ଏସପି ଅମ୍ରିତ୍ ପାଲ୍ କୌର , ଜିଲ୍ଲାର ବରିଷ୍ଠ ପୋଲିସ୍ ଅଧିକାରୀ , ବିଭିନ୍ନ ଆଖଡ଼ା କମିଟି ର ସଦସ୍ୟ ଙ୍କ ସମେତ ସବୁ ଧର୍ମର ପ୍ରତିନିଧି ମାନେ ଯୋଗ ଦେଇଥିଲେ। ଶାନ୍ତି ଶୃଙ୍ଖଳା ସହ ରାମନବମୀ ପାଳନ ପାଇଁ ଡିଆଇଜି ନିବେଦନ କରିଥିଲେ। ଆସନ୍ତା ୨୭ ତାରିଖରେ ୨୧ ଟି ଆଖଡ଼ା କମିଟି ପକ୍ଷରୁ ସହରରେ ରାମନବମୀ ଶୋଭାଯାତ୍ରା ବାହାରିବ। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ୨୬ ପ୍ଲାଟୁନ୍ ପୋଲିସ ମୁତୟନ କରାଯିବା ସହ ୨୦ଟି ସି ସି ଟିଭି , ଡ୍ରୋନ୍ କ୍ୟାମେରା ଆଦି ବ୍ୟବହାର କରାଯିବ।